ଭାରତକୁ ପୁଣି ମିଳିଲା ହକି ବିଶ୍ୱକପ୍‌ ଆୟୋଜନ ଅଧିକାର, ୨୦୨୩ ପୁରୁଷ ହକି ବିଶ୍ୱକପ୍‌ ପାଇଁ ଉତ୍ସାହିତ ଖେଳାଳି ଓ କ୍ରୀଡ଼ାପ୍ରେମୀ

ଭାରତକୁ ପୁଣି ଥରେ ମିଳିଛି ହକି ବିଶ୍ୱକପ୍‌ ଆୟୋଜନ ଅଧିକାର। ୨୦୨୩ ପୁରୁଷ ହକି ବିଶ୍ୱକପ୍‌ ଭାରତରେ ହେବ। ଏଥିପାଇଁ ଉତ୍ସାହିତ ହେଲେଣି ଭାରତୀୟ ହକି ଖେଳାଳି ଓ କ୍ରୀଡ଼ାପ୍ରେମୀ। ୨୦୧୮ର ଅଧୁରା ସ୍ୱପ୍ନ ପୂରଣ ପାଇଁ ଉଦ୍ୟମ କରିବ ଟିମ୍‌ ଇଣ୍ଡିଆ। କାରଣ ଭୁବନେଶ୍ୱରରେ ଆୟୋଜିତ ୨୦୧୮ ହକି ବିଶ୍ୱକପ କ୍ୱାର୍ଟର ଫାଇନାଲରେ ନେଦରଲ୍ୟାଣ୍ଡଠାରୁ ହାରି ଭାରତ ଅଭିଯାନ ଶେଷ କରିଥିଲା। ୨୦୨୩ ବିଶ୍ୱକପ୍‌ ହକି ଆୟୋଜନ ଅଧିକାର ଭାରତକୁ ମିଳିଥିବାରୁ ବିଜୟର ସୁଯୋଗ ମିଳିବ ବୋଲି ସମସ୍ତ ଆଶାବାଦୀ। ୧୯୭୫ରେ ଶେଷ ଥର ପାଇଁ ଭାରତ ହକିରେ ବିଶ୍ୱବିଜୟୀ ହୋଇଥିଲା। ନିକଟରେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତ ଟିକେଟ ହାତେଇଛି। ଆଗକୁ ଏଫଆଇଏଚ୍‌ ପ୍ରୋ ଲିଗ୍‌ ଓ ଟୋକିଓ ଅଲିମ୍ପିକ୍‌ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଉଛି ଟିମ୍‌ ଇଣ୍ଡିଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.