Below header

ବାଲେଶ୍ୱର: ମୃତ ବ୍ୟକ୍ତିଙ୍କ ନାଁରେ ନକଲି ଟିପ ଚିହ୍ନ ଦେଇ ଭତ୍ତା ଟଙ୍କା ଉଠାଯାଉଥିବା ଅଭିଯୋଗ

ବାଲେଶ୍ୱର: ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସରକାର ବାର୍ଦ୍ଧକ୍ୟ ଭତ୍ତା ଯୋଜନା କରିଛନ୍ତି । ଯାହା ଫଳରେ ଅସୁବିଧା ସମୟରେ ଅର୍ଥ ସେମାନଙ୍କର ସହାୟ ହେବ । ମାତ୍ର ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ସରକାରୀ କର୍ମଚାରୀ । ମୃତ ବ୍ୟକ୍ତିଙ୍କ ନକଲି ଟିପ ଚିହ୍ନ ମାରି ଉଠାଇ ଚାଲିଛନ୍ତି ଭତ୍ତା ଟଙ୍କା । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଜାମକୁଣ୍ଡା ପଞ୍ଚାୟତରୁ ।

ସୁଧାମଣି ମହାନ୍ତି, କେଶବ ଘଡାଇ, ବାସନ୍ତୀ ଘଡାଇ, ଚକ୍ରଧର ମଣ୍ଡଳ, ସରସ୍ୱତୀ ମଣ୍ଡଳ ଏବଂ ଭାନୁ ମଣ୍ଡଳ । ଏ ସମସ୍ତଙ୍କର ଦେହାନ୍ତ ହୋଇସାରିଛି । ହେଲେ ଏହି ମୃତ ବ୍ୟକ୍ତିଙ୍କ ନାମରେ ନକଲି ଟିପ ଚିହ୍ନ ଦେଇ ଭତ୍ତା ଟଙ୍କା ଉଠାଯାଉଥିବା ଅଭିଯୋଗ ହୋଇଛି । ତାହା ପୁଣି ମାସେ କି ଦୁଇ ମାସ ନୁହେଁ, ଦୀର୍ଘ ୧୮ ମାସ ଧରି ଚାଲିଛି ଏଭଳି ଟଙ୍କା ଉଠାଣ । ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଳକ୍‌ର ଜାମକୁଣ୍ଡା ପଞ୍ଚାୟତର କର୍ମଚାରୀ ଏଭଳି କରାନାମା କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଘଟଣା ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଯୋର ଧରିଛି । ଅନ୍ୟପଟେ ଏନେଇ ପଚାରିବାରୁ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବାଲିଆପାଳ ବିଡିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.