ପ୍ରଥମ ବିବାହ ଦେଇପାରିନି ସୁଖ, ଡିଭୋର୍ସ ପରେ ପ୍ରକୃତ ପ୍ରେମ ପାଇଛନ୍ତି ଏହିସବୁ ସେଲିବ୍ରିଟି

ସାଧାରଣରେ ଧାରଣା ରହିଛି ଯେ ବିବାହ ଭାଙ୍ଗିଗଲେ ଜୀବନ ଶେଷ ହୋଇଯାଇଥାଏ। ଯଦି ଆପଣଙ୍କର ବିବାହ କୌଣସି କାରଣରୁ ଭାଙ୍ଗିଯାଇଛି ବା ଡିଭୋର୍ସ ହୋଇଯାଇଛି, ତେବେ ଆପଣ ଆଉ ଜୀବନର କୌଣସି ସୁଖ ଭୋଗ କରିପାରିବେ ନାହିଁ। ଖାସ୍‌ କରି ମହିଳାଙ୍କ କ୍ଷେତ୍ରରେ ଏଭଳି ଅଧିକ ହୋଇଥାଏ। କିନ୍ତୁ ବର୍ତ୍ତମାନ ସମୟ ବଦଳିଛି। ଲୋକମାନେ ନିଜ ଭାବନା ଓ ଚିନ୍ତାଧାରାକୁ ନେଇ ଆଗକୁ ବଢ଼ୁଛନ୍ତି। ମହିଳାଙ୍କୁ ମଧ୍ୟ ଏବେ ଜୀବନସାଥୀ ବାଛିବାକୁ ସୁଯୋଗ ମିଳିଛି। ବିବାହ ବିଚ୍ଛେଦ ହେଲା ପରେ ମଧ୍ୟ କେତେ ଜଣ ନୂଆ ସାଥୀଙ୍କ ପାଖରେ ପ୍ରକୃତ ପ୍ରେମ ପାଇଛନ୍ତି। ଆସନ୍ତୁ ଜାଣିବା ସେଭଳି କେତେ ଜଣ ସେଲିବ୍ରିଟିଙ୍କ ବିଷୟରେ ଯେଉଁମାନେ ବିବାହ ବିଚ୍ଛେଦ ପରେ ପାଇଛନ୍ତି ପ୍ରକୃତ ପ୍ରେମ…

ଅରବାଜ ଖାନ୍‌:

୧୮ ବର୍ଷର ବିବାହରେ ପୂର୍ଣ୍ଣଚ୍ଛେଦ ପକାଇ ଅରବାଜ ଜର୍ଜିଆ ଏଣ୍ଡ୍ରିଆନୀଙ୍କୁ ନିଜ ପ୍ରେମିକା ଭାବେ ବାଛିଛନ୍ତି। ଏକାଠି ବୁଲାବୁଲି କରିବାଠୁ ନେଇ ଘରର ଉତ୍ସବ ପର୍ଯ୍ୟନ୍ତ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି। ଆସନ୍ତାବର୍ଷ ଉଭୟେ ବିବାହ କରୁଥିବା ନେଇ ଶୁଣିବାକୁ ମିଳିଛି। ତେବେ ପୂର୍ବରୁ ଅରବାଜ ଖାନ୍‌ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ।

ମଲାଇକା ଅରୋରା:

ଅରବାଜ୍‌ ଖାନ୍‌ ଓ ମଲାଇକା ଆରୋରାଙ୍କ ବିବାହ ପ୍ରାୟ ୧୮ ବର୍ଷ ପରେ ଭାଙ୍ଗିଛି। ବିବାହ ବିଚ୍ଛେଦ ପରେ ମଲାଇକା ଅର୍ଜୁନ୍‌ କପୁରଙ୍କ ସହ ରିଲେସନ୍‌ ସିପ୍‌ରେ ଅଛନ୍ତି। ତେବେ କେତେକଙ୍କ କହିବାନୁସାରେ ଅର୍ଜୁନଙ୍କ ଯୋଗୁଁ ହିଁ ମଲାଇକାଙ୍କ ବିବାହ ବିଚ୍ଛେଦ ହୋଇଛି। ତେବେ ଯେ ଯାହା ବି ହେଉ ନା କାହିଁକି ଡିଭୋର୍ସ ପରେ ମଲାଇକାଙ୍କୁ ତାଙ୍କ ପ୍ରକୃତ ପ୍ରେମ ମିଳିଛି।

ଏହାସହ ପଢ଼ନ୍ତୁ: ମୋବାଇଲ୍‌ ଦୁର୍ଘଟଣାରୁ ବର୍ତ୍ତିବାକୁ ଜପ କରନ୍ତୁ ଏହି ଶ୍ଲୋକ

ଫରହାନ୍‌ ଅଖତର:

ଫରହାନ୍‌ ଅଖତର ଓ ଅଧୁନା ଭବାନୀ ୧୬ ବର୍ଷର ବୈବାହିକ ଜୀବନ ଅତିବାହିତ କରିବା ପରେ ପରସ୍ପରକୁ ଡିଭୋର୍ସ ଦେଇଛନ୍ତି। ବର୍ତ୍ତମାନ ଫରହାନ୍‌ ଶିବାନୀ ଦଣ୍ଡେକରଙ୍କ ସହ ରିଲେସନ୍‌ସିପ୍‌ରେ ଅଛନ୍ତି। ଏହି ଲର୍ଭ ବାର୍ଡଙ୍କୁ ଏବେ ଅନେକ ପାର୍ଟିଫଙ୍କସନ୍‌ରେ ଏକାଠି ଦେଖିବାକୁ ମିଳୁଛି। ଉଭୟେ ବଲିଉଡ୍‌ର ସବୁଠାରୁ ଲଭେବଲ୍‌ କପଲ ଭାବେ ପରିଚିତ।

ଅର୍ଜୁନ ରାମପାଲ:

୨୦ ବର୍ଷର ଦାମ୍ପତ୍ୟ ଜୀବନକୁ ଭୁଲି ଅର୍ଜୁନ ରାମପାଲ ଓ ମେହେର ଜେସିସ୍‌ ପରସ୍ପରଠାରୁ ଅଲଗା ହୋଇଛନ୍ତି। ତେବେ ବିଚ୍ଛେଦର ବର୍ଷେ ପରେ ଅର୍ଜୁନଙ୍କ ସହ ଗାବ୍ରିଏଲା ଡେମେଟ୍ରିଏଡ୍‌ସଙ୍କୁ ମାଲଦ୍ୱୀପରେ ଛୁଟି କାଟୁଥିବା ଦେଖିବାକୁ ମିଳିଥିଲା। ଉଭୟଙ୍କର ଚଳିତ ଜୁଲାଇ ମାସରେ ଏକ ପୁତ୍ର ସନ୍ତାନ ଜନ୍ମ ନେଇଛି। ତାର ନାମ ରଖାଯାଇଛି ଅରିକ୍‌ ରାମପାଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.