ପ୍ରିୟଦର୍ଶିନୀଙ୍କୁ ମାରିବା ପରେ ପୁଅକୁ ହତ୍ୟା କରିବାକୁ ପ୍ଲାନ କରିଥିଲା ଜଗନ୍ନାଥ,ସୁଇସାଇଡ୍ ନୋଟରୁ ମିଳିଲା ସାଂଘାତିକ ତଥ୍ୟ

ଭୁବନେଶ୍ବର(କେନ୍ୟୁଜ୍):  ରାଜଧାନୀରେ ଚାଞ୍ଚଲ୍ୟ । ଭୀମଟାଙ୍ଗିରେ ହତ୍ୟାକାଣ୍ଡ । ଘର ଭିତରୁ ମିଳିଲା ମହିଳାଙ୍କ ରକ୍ତାକ୍ତ ମୃତଦେହ । ସ୍ଥାନ- ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀ । ପ୍ଲଟ ନମ୍ବର-A/L1 । ସମୟ ପାଖାପାଖି- ୧୨ଟା । ଏହି ଘର ଭିତରେ ପଡ଼ିଥିଲା ଜଣେ ମହିଳାଙ୍କ ମରଶରୀର । ଚାରିଆଡ଼େ ପଡ଼ିଥିଲା ରକ୍ତର ଛିଟା । ପୋଲିସ ପହଞ୍ଚିଲା ପରେ ସାମାନକୁ ଆସିଥିଲା ଭିନ୍ନ ଚିତ୍ର । ମହିଳାଙ୍କ ବେକରେ କଟାଦାଗ । ଶରୀରର ବିଭିନ୍ନ ସ୍ଥାନରେ ଛୁରାମାଡ଼ । ପାଖରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ ଜଣେ ଯୁବକ । ହାତ କାଟିବା ସହ ବିଷ ପିଇ ଦେଇ ଦେଇଥିଲେ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗୁରୁତର ଯୁବକଙ୍କ ନାଁ ଜଗନ୍ନାଥ ପ୍ରଧାନ । ଘର ଯାଜପୁର ଜାରକାରେ । ମୃତକ ମହିଳା ହେଉଛନ୍ତି ଯାଜପୁର ଜିଲ୍ଲାର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ । ପାରିପାର୍ଶ୍ୱିକ ସ୍ଥିତି ଓ ପ୍ରାଥମିକ ତଦନ୍ତରୁ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି ପୋଲିସ । ଜଗନ୍ନାଥ ସାଜିଲା ସୈତନା । ପ୍ରତିଶୋଧ ନେବାକୁ ଜଘନ୍ୟ ହତ୍ୟା । ପ୍ରିୟଦର୍ଶନୀ ଓ ଜଗନ୍ନାଥ ଦୁହେଁ ପରସ୍ପରକୁ ଆଗରୁ ଜାଣିଥିଲେ । କୌଣସି କଥାକୁ ନେଇ ଦୁହିଁଙ୍କ ଭିତରେ ତିକ୍ତତା ଥିଲା । ପ୍ରତିହିଂସା ପରାୟଣ ହୋଇ ପ୍ରିୟଦର୍ଶିନୀ ଓ ତାଙ୍କ ପୁଅକୁ ହତ୍ୟା କରିବାକୁ ପ୍ଲାନ କରିଥିଲେ ଜଗନ୍ନାଥ । ଆଜି ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଜବତ ହୋଇଛି ସୁଇସାଇଡ୍‌ ନୋଟ୍‌ । ଯେଉଁଥିରେ ଲେଖିଛି, ମାରିବି ଓ ମରିବି । ତେବେ ପ୍ରିୟଦର୍ଶିନୀଙ୍କ ପୁଅ ଘର ମାଲିକଙ୍କ ଘରେ ଥିବାରୁ ସେ ବଞ୍ଚିଯାଇଛି ।

ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ହତ୍ୟାକାଣ୍ଡ ଅନେକ ଅସମାହିତ ପ୍ରଶ୍ନବାଚୀ ଠିଆ କରିଛି । କେବେଠାରୁ ଜଗନ୍ନାଥ-ପ୍ରିୟଦର୍ଶିନୀଙ୍କ ସମ୍ପର୍କ ? ପ୍ରତିହିଂସା ପରାୟଣ ହେବାର କାରଣ କଣ ? ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା କି ? ଯେଉଁଥିରୁ ଜଘନ୍ୟ ହତ୍ୟାକାଣ୍ଡ ଘଟିଲା ? ଆହତ ଜଗନ୍ନାଥକୁ ଜେରା ପରେ ସତ ସାମନାକୁ ଆସିବ । ଅଧିକ ଖୋଳତାଡ କରୁଛି ଏୟାରଫିଲ୍ଡ ଥାନା ପୋଲିସ ।

Leave A Reply

Your email address will not be published.