Below header

ହନୁମାନଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛନ୍ତି କି ? କଦଳୀ ଓ ପାନ ପତ୍ରରେ ଚଢ଼ାନ୍ତୁ ପ୍ରସାଦ

ସଙ୍କଟ ମୋଚକ ହେଲେ ମହାବୀର ହନୁମାନ । ତାଙ୍କ ଶକ୍ତି ଓ ଭକ୍ତି ସହିତ ସମସ୍ତେ ପରିଚିତ । କୁହାଯାଏ ମହାବୀରଙ୍କୁ ଭକ୍ତି ମନରେ ପୂଜା କଲେ ଭକ୍ତ ଖାଲି ହାତରେ ଫେରେନି । ହନୁମାନଙ୍କୁ ଏମିତିରେ ତ ସବୁଦିନ ପୂଜା କରାଯାଏ । ହେଲେ ଶନିବାର ଓ ମଙ୍ଗଳବାର ହନୁମାନଜୀଙ୍କ ବିଶେଷ ପୂଜା କରାଯାଏ ।

ତେଣୁ ସବୁ ମଙ୍ଗଳବାର-ଶନିବାର ପ୍ରାତଃ ସମୟରୁ ଉଠି ନିତ୍ୟ କର୍ମ ସାରି ହନୁମାନଙ୍କ ମୂର୍ତ୍ତିକୁ ଗଙ୍ଗାଜଳରେ ସ୍ନାନ କରାନ୍ତୁ । ପୂଜା କରିବା ବେଳେ ପୂର୍ବ ଦିଗକୁ ମୁହଁ କରି ଲାଲ ଆସନ ପକାଇ ବସନ୍ତୁ । ପ୍ରତିମାରେ ସିନ୍ଦୁର ଟିକା ଲଗାଇ ବଜରଙ୍ଗ ବଲୀଙ୍କୁ ଲାଲ୍‌ ଫୁଲ ଅର୍ପଣ କରନ୍ତୁ । ପରେ ଲାଲ୍‌ ବସ୍ତ୍ର, ଦୁବ, କୁଙ୍କୁମ,ଫୁଲ, ସିନ୍ଦୁର,ହାର ଚାଉଲ, ଚନ୍ଦନ ଓ ଅନ୍ୟ ସାମଗ୍ରୀ ଅର୍ପଣ କରନ୍ତୁ । ଏଥି ସହିତ ହନୁମାନଜୀଙ୍କୁ କଦଳୀ ପତ୍ର କିମ୍ବା ପାନ ପତ୍ରରେ ପ୍ରସାଦ ଚଢ଼ାନ୍ତୁ । ଏହାଦ୍ୱାରା ହନୁମାନଜୀ ପ୍ରଶନ୍ନ ହୋଇ ଆପଣଙ୍କ ମନସ୍କାମନା ପୂର୍ଣ୍ଣ କରିବେ ।

ହନୁମାନ ଚାଳିସା- ସୁନ୍ଦର କାଣ୍ଡ ପଢ଼ିଲେ ଦୂର ହେବ କଷ୍ଟ :

ପୂଜା ବେଳେ ହନୁମାନ ଚାଳିସା ଓ ସୁନ୍ଦରା କାଣ୍ଡ ପାଠ କଲେ ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ । ଘରେ ସୁଖ ଶାନ୍ତି ଓ ପ୍ରଶନ୍ନତା ଫେରି ଆସିଥାଏ ବୋଲି ମାନ୍ୟତା ରହିଛି । ପ୍ରସାଦରେ ଭିଜା ଚଣା, ଚୁରମା ଓ ଗୁଡ଼ ଚଢ଼ାନ୍ତୁ । ପ୍ରସାଦ ପାଇଁ ଏହାକୁ ଶୁଭ ମନାଯାଏ । ଶେଷରେ ଶୋରିଷ ତେଲର ଦୀପ ଜଳାଇ ହନୁମାନଜୀଙ୍କୁ ଆରତୀ କରନ୍ତୁ ।

କରଜରେ ଡୁବି ଥିଲେ କିମ୍ବା ଶନି ପୀଡ଼ା ଥିଲେ :

କରଜରେ ଡୁବି ଥିଲେ ଅଟାରେ ଦୀପ ତିଆରି କରି ଏଥିରେ ଚାମେଲି ତେଲର ଦୀପ ବର ପତ୍ର ଉପରେ ରଖି ଜାଳନ୍ତୁ । ୫ଟି ପତ୍ର ଉପରେ ୫ ଦୀପ ରଖି ହନୁମାନ ମନ୍ଦିରରେ ରଖି ଦିଅନ୍ତୁ । ଲଗାତାର ୧୧ ମଙ୍ଗଳବାର ଏପରି କରନ୍ତୁ । ଶନିବାର ହନୁମାନ ମନ୍ଦିର ଯାଇ ଏହି ଅଟା ଦୀପ ଲଗାଇବା ଦ୍ୱାରା ଶନି ପୀଡ଼ା ମଧ୍ୟ ଦୂର ହୋଇଥାଏ ।

କାର୍ଯ୍ୟରେ ସଫଳତା ସହ ମଙ୍ଗଳଦୋଷ ନିବାରଣ ପାଇଁ :

ମଙ୍ଗଳବାର ଓ ଶନିବାର ହନୁମାନଜୀଙ୍କୁ ଘିଅ ସହିତ ସିନ୍ଦୁର ମିଶାଇ ଚଢ଼ାଇଲେ ଶ୍ରୀରାମଙ୍କ କୃପା ମିଳିଥାଏ । ମଙ୍ଗବାର ବ୍ରତ ରଖି କରି ହନୁମାନଜୀଙ୍କୁ ସିନ୍ଦୁର ଚଢ଼ାଇଲେ ମଙ୍ଗଳ ଦୋଷ ଦୂର ହୋଇଥାଏ । କୌଣସି କାମରେ ସଫଳତା ପାଇଁ ହନୁମାନଜୀଙ୍କୁ ଲାଲ୍‌ ପତାକା ମଧ୍ୟ ଚଢ଼ାଯାଇଥାଏ । ଏହି ପତାକା ତ୍ରିକୋଣୀୟ ହେବା ଦରକାର ଓ ଏହା ଉପରେ ‘ରାମ’ ଲେଖା ହେବା ଜରୁରୀ । ଏହାଦ୍ୱାରା ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.