Below header

ଜଗତସିଂହପୁରର ଝିଅକୁ ଅହମ୍ମଦାବାଦରେ ନିର୍ଯାତନା ଦେଉଛି ସ୍ବାମୀ, ଉଦ୍ଧାରିବା ପାଇଁ କରୁଛନ୍ତି ଆକୁଳ ନିବେଦନ

କେନ୍ୟୁଜ୍(ବ୍ୟୁରୋ):ସହିପରୁ ନାହାନ୍ତି  ସ୍ବାମୀର ନିର୍ଯାତନା ତେଣୁ ବାଧ୍ୟ ହୋଇ ଆକୁଳ ନିବେଦନ କରଛିନ୍ତି ସ୍ବାମୀ ପାଖରୁ ନେଇଯିବାକୁ। ଏଭଳି ଏକ ଖବର ଆସିଛି ଜଗତସିଂହପୁର ଜିଲ୍ଲାରୁ।

ଜଗତସିଂହପୁରର ଝିଅ ଅହମ୍ମଦାବାଦରେ ସ୍ୱାମୀ ସହିତ ରହୁଛନ୍ତି ।  କିନ୍ତୁ ସ୍ୱାମୀର ଅତ୍ୟାଚାରରେ ଅତିଷ୍ଠ ହୋଇ ନିବେଦନ କରିଛନ୍ତି   ଉଦ୍ଧାର ପାଇଁ। ଝିଅକୁ ଉଦ୍ଧାର ପାଇଁ ବାପା ଜଗତସିଂହପୁର ଥାନାରେ ନିବେଦନ କରିଛନ୍ତି। ସୂଚନା ମୁତାବକ ବଡ଼ ବଜାର ହରିହରପୁର ଗ୍ରାମର ନିରଞ୍ଜନ ମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ କୁଳପଟସରା ଗ୍ରାମରେ ୩ବର୍ଷ ତଳେ ବିବାହ କରିଥିଲେ।  ମାତ୍ର ଦୁର୍ଭାଗ୍ୟର ବିଷୟ ତାଙ୍କ ଝିଅକୁ ତାଙ୍କର ଜ୍ବାଇଁ ଓ ଶଶୁର ଘର ଲୋକେ ଅତ୍ୟାଚାର ଓ ନିର୍ଯାତନା ଦେଉଛନ୍ତି। ଏଥି ସହ ଝିଅର ଏକ ଗୋଡ଼କୁ ବାଡେଇ ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ଏମିତିକି ତାଙ୍କ ଜ୍ବାଇଁ ହତ୍ୟା ଧମକ ମଧ୍ଯ ଦେଉଥିବା ଅଭିଯୋଗ କରିଛନ୍ତି। ଝିଅର ମୋବାଇଲ ଫୋନ ଭାଙ୍ଗି ଦେଇଛନ୍ତି। ଝିଅକୁ ରକ୍ଷା କରିବା ପାଇଁ ତାଙ୍କ ବାପା ଜଗତସିଂହପୁର ଥାନାରେ ଆକୁଳ ନିବେଦନ କରି ଏକ ଏଫ.ଆଇ.ଆର ଦାୟର କରିଛନ୍ତି। ଏହା ଉପରେ ପୋଲିସ ଅହମ୍ମଦାବାଦ ପୋଲିସ ସହିତ ଯୋଗାଯୋଗ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.