ଜେଲରୁ ଫେରିବା ପରେ ଅପରାଧ ଦୁନିଆରେ ପାଦ ଥାପି ପାରିବେନି ଅପରାଧୀ, ଆଜି ଠାରୁ ଆରମ୍ଭ ହେଲା ଜେଲ ପରେଡ଼

ଭୁବନେଶ୍ବର(କେନ୍ୟୁଜ୍):ଆଜି ଠାରୁ ଆରମ୍ଭ ହେଲା ଜେଲ ପରେଡ଼ । ଆଉ ଜେଲରୁ ଫେରିବା ପରେ ଅପରାଧ ଦୁନିଆରେ ପାଦ ଥାପି ପାରିବେନି ଅପରାଧୀ। ଜେଲ ଫେରନ୍ତାଙ୍କୁ ସାବାଡ଼ କରିବା ଲାଗି ପୁଣି ରଣନୀତି ପ୍ରସ୍ତୁତ କରିଛି କମିଶନରେଟ ପୁଲିସ ।ପ୍ରତି ରବିବାର ଜେଲ ରେ ପରେଡ଼ ହେବ ।

 ଥାନା ଅଧିକାରୀ ଏବଂ ଏସ୍‌ଆଇ ଜେଲ ପରିଦର୍ଶନ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବେ । ସେମାନଙ୍କ ଥାନାରେ କେଉଁ ମାମଲାରେ କିଏ ଗିରଫ ହୋଇଥିଲା । ସେମାନେ ଜେଲ ରେ ଅଛନ୍ତି କି ନାହିଁ ତାହାର ତଦାରଖ କରିବେ ଥାନା ଅଧିକାରୀ । ସେ ଜେଲ ରେ କାହାକୁ ଭେଟୁଛନ୍ତି ଏହା ଉପରେ ତୀକ୍ଷ୍ଣ ନଜର ରଖାଯିବ । ଜେଲରେ ଥିବା ଅଭିଯୁକ୍ତ ମାନଙ୍କୁ ଧାଡିରେ ଛିଡା କରାଯାଇ ଚିହ୍ନଟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.