ଲୋକପ୍ରିୟ ୟୁଟ୍ୟୁବର ଗୌରବ ତନେଜାଙ୍କୁ ମିଳିଲା ଜାମିନ, ମେଟ୍ରୋ ଷ୍ଟେସନରେ ଜନ୍ମଦିନ ପାଳି ହୋଇଥିଲେ ଗିରଫ

ଲୋକପ୍ରିୟ ୟୁଟ୍ୟୁବର ଗୌରବ ତନେଜାଙ୍କୁ ମେଟ୍ରୋ ଷ୍ଟେସନରେ ଜନ୍ମଦିନ ପାଳିବା ମହଙ୍ଗା ପଡ଼ିଛି । ନୋଏଡ଼ା ସେକ୍ଟର ୫୧ମେଟ୍ରୋ ଷ୍ଟେସନରେ ସେ ନିଜର ଜନ୍ମଦିନ ମନାଉଥିଲେ । ଏହି ସମୟରେ ମେଟ୍ରୋ ନିକଟରେ ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ଭିଡ଼ ଜମି ଯାଇଥିଲା । ଯେଉଁଥିପାଇଁ ମେଟ୍ରୋ କର୍ମଚାରୀ ଏବଂ ଯାତ୍ରୀଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା । ଫଳରେ ୧୪୪ଧାରା ଉଲ୍ଲଂଘନକୁ ନେଇ ନୋଏଡ଼ା ପୋଲିସ ୟୁଟ୍ୟୁବର ଗୌରବ ତନେଜାଙ୍କୁ ଗିରଫ କରିଥିଲା। ଆଉ ଗିରଫ ହେବା ପରେ ତାଙ୍କୁ ଜାମିନ ମିଳିଥିବା ଖବର ମିଳିଛି।

ସୋସିଆଲ ମିଡିଆରେ ଫ୍ଲାଇଂ ବିଷ୍ଟ ନାମରେ ବେଶ୍‌ ଜଣାଶୁଣା ଗୌରବ ତନେଜା। ତାଙ୍କ ଉପରେ ଧାରା ୩୪୧ ଏବଂ ୧୮୮ମାଧ୍ୟମରେ ମାମଲା ରୁଜୁ କରାଯାଇଥିଲା । ଗୌରବଙ୍କ ନାଁରେ ବିନା ଅନୁମତିରେ ବହୁ ସଂଖ୍ୟାରେ ଲୋକଙ୍କୁ ଏକାଠି କରି ସେଲିବ୍ରେଟ୍ କରିଥିବା ଅଭିଯୋଗ ହୋଇଛି ଥାନା ସେକ୍ଟର ୪୯ପୁଲିସ ତାଙ୍କୁ ଗିରଫ କରିଛି ।  ଗୌରବ ଧାରା ୧୪୪ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.