Below header

ଯାଜପୁର: ନବ ଦମ୍ପତିଙ୍କୁ ପୋଲିସ ହଇରାଣ କରୁଥିବା ଅଭିଯୋଗ, ଭିଡିଓ ଜାରିକରି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଲେ ଯୁବତୀ

ଯାଜପୁର ଟାଉନ(କେନ୍ୟୁଜ୍): ଜନୈକ ଯୁବ ଦମ୍ପତୀଙ୍କୁ ହଇରାଣ କରୁଛି ପୁଲିସ। ଭିଡିଓ ଜାରୀ କରୀ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଲେ ଯୁବତୀ। ଘଟଣାକୁ ନେଇ ସମଗ୍ର  ଯାଜପୁର ଜିଲ୍ଲାରେ ଚର୍ଚ୍ଚା ଯୋର୍ ଧରିଛି। ଘଟଣାରୁ ପ୍ରକାଶ ଯେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଇଦଗାହା ମହଲ୍ଲାର ଏମଡି ଅସଗରଙ୍କ ଝିଅ ବବି ଫିର୍ଦୋଶ ବାନୋ(୨୪) ସ୍କୁଲରେ ପାଠ ପଢିବା ସମୟରୁ ନିଜ ସହପାଠୀ ତଥା ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ସୟଦପୁର ପଞ୍ଚାୟତ ପଠାନମହଲ୍ଲାର ଲ୍ୟାକତ ଅଲ୍ଲି ଖାନଙ୍କ ପୁଅ ଜାଓ୍ଵେଦ ଇକବାଲ(୨୯)ଙ୍କ ସହିତ ପ୍ରେମ ସଂପର୍କ ଗଢିଉଠିଥିଲା। ପାଠପଢା ସରିବାପରେ ବବି ଫିର୍ଦୋଶ ବାନୋଙ୍କ ପରିବାର ତାଙ୍କୁ ଜାଓ୍ଵେଦଙ୍କଠାରୁ ଅଲଗା ରଖିବାପାଇଁ କଲିକତା ସ୍ଥିତ ମାମୁ ଘରକୁ ପଠାଇ ଦେଇଥିଲେ।

ଦୀର୍ଘ ୪ବର୍ଷ ପରେ  ବାନୋ ଗତ ୨୩ ତାରିଖରେ କଲିକତାରୁ ଜାଓ୍ଵେଦଙ୍କ ସାଙ୍ଗରେ ଓଡିଶା ଆସି ୨୪ ତାରିଖରେ ମୁସଲିମ୍ ରିତୀନୀତି ଅନୁଯାୟୀ ବିବାହ କରିଛନ୍ତି। ପରେ ମେ ୨୭ ତାରିଖ ମାଜିଷ୍ଟ୍ରେଟଙ୍କ ନିକଟରେ ରେଜେଷ୍ଟ୍ରି ବିବାହ କରିଛନ୍ତି।  କିନ୍ତୁ ଗତ ୪ ଦିନ ହେଲା ଶ୍ରୀମତୀ ବାନୋଙ୍କ ବାପା, ଦାଦା, ମାମୁଁ, ଭାଇଙ୍କ ସମେତ ପାଖାପାଖି ୧୦ରୁ ଉର୍ଦ୍ଧ ଲୋକ ବିଂଝାରପୁରରେ ପହଞ୍ଚି ଝିଅ ହଜିବା ନେଇ ପୁଲିସର ସହାୟତା ଲୋଡିଛନ୍ତି।   ଏହା ସହ ପୁଲିସ ସହାୟତାରେ ଶ୍ରୀମତୀ ବାନୋଙ୍କ ଶଶୁରଘର ସମେତ ଅଳକୁଣ୍ଡ, ଯାଜପୁର, ବ୍ରହ୍ମବରାଦା, ଭଦ୍ରକ ଜିଲ୍ଲାର ଧାମନଗର ଓ ବିଭିନ୍ନ ବନ୍ଧୁବାନ୍ଧବଙ୍କ ଘରକୁ ଯାଇ ତଲାସି ଚଳାଇଛନ୍ତି ବୋଲି ଶ୍ରୀମତୀ ବାନୋ ଅଭିଯୋଗ କରିଛନ୍ତି।

ବାନୋଙ୍କ ସ୍ଵାମୀ ଓ ତାଙ୍କ ପରିବାର ପ୍ରତି ପୁଲିସ ଅନ୍ୟାୟ କରୁଛି ବୋଲି ଅଭିଯୋଗ କରିଛନ୍ତି ବାନୋ । ଅନ୍ୟପଟେ ଜାଓ୍ଵେଦ ଲୁଚିଥିବା ଠିକଣା ସଂପର୍କରେ ଯିଏ ଜଣାଇବ ତାଙ୍କୁ ୧ଲକ୍ଷ ଟଙ୍କା ପୁରଷ୍କାର ଦିଆଯିବ ବୋଲି ଶ୍ରୀମତୀ ବାନୋଙ୍କ ପରିବାର କାଳେ ଘୋଷଣା କରିଥିବା ଶ୍ରୀମତୀ ବାନୋ କହିଛନ୍ତି।  ଏହା ଦ୍ବାରା  ତାଙ୍କ ସ୍ଵାମୀ ଓ ପରିବାର ପ୍ରତି ବିପଦ ରହିଥିବା କହିଛନ୍ତି ବାନୋ। ଏହି ବିପଦରୁ ରକ୍ଷା ପାଇବା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ  ଭିଡିଓ ଭାଇରାଲ କରିଛନ୍ତି। ଏସଂପର୍କରେ ଆଇଆଇସି ଅମରେନ୍ଦ୍ର ଦାଶଙ୍କୁ ପଚାରିବାରୁ ଝିଅର ଅଭିଭାବକ ଆମ ପାଖକୁ ଆସିଥିଲେ। ଆମେ ଖୋଜାଖୋଜି କଲୁ କୌଣସି ସ୍ଥାନରେ ଝିଅ କି ପୁଅକୁ ପାଇଲୁନାହିଁ। ଏବେ ଆମେ ସେ ଘଟଣାଠାରୁ ଅଲଗା ଅଛୁ ବୋଲି  ନିଜ ପ୍ରତିକ୍ରିୟାରେ କହିଛନ୍ତି ଆଇଆଇସି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.