କେନ୍ଦୁଝର: ଘର ଭିତରେ ପଶିଗଲା ଟ୍ରକ, ଜେଜେମା ଓ ନାତି ମୃତ

କେନ୍ଦୁଝର(କେନ୍ୟୁଜ୍):  ଘର ଭିତରେ ପଶିଗଲା ଟ୍ରକ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଙ୍କ ମରୁଣୀ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ସ୍ଥାନୀୟ ଅଞ୍ଚଳର ଦେବେନ୍ଦ୍ର ମାହାନ୍ତଙ୍କ ମାଆ ଓ ଦେବେନ୍ଦ୍ରଙ୍କର ପୁଅ ।

ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ  ନାତୀକୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ କିନ୍ତୁ ମୃତ ଘୋଷଣା କରିଥିଲେ ଡାକ୍ତର । ସେପଟେ ଦୁର୍ଘଟଣା ଘଟାଇ ଗୁରୁତର ହୋଇଥିବା  ଟ୍ରକ ଡ୍ରାଇଭରକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.