Below header

ଯାଜପୁର: ପଡୋଶୀ ଘରକୁ ଟିଭି ଦେଖିବାକୁ ଯାଇଥିବା ନାବାଳିକାକୁ ଦୁଷ୍କର୍ମ କରିଥିଲା ଯୁବକ, ପୋକ୍ସ କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡାଦେଶ

ଯାଜପୁର ଟାଉନ(କେନ୍ୟୁଜ୍):  ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ପୋକସୋ ଅଦାଲତ। ଯାଜପୁର ପୋକସୋ ଅଦାଲତ ସାକ୍ଷୀ ମାନଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ତାଙ୍କର ରାୟ ଶୁଣାଇଛନ୍ତି। ଧର୍ମଶାଳା ଥାନା  ଅଞ୍ଚଳରେ ଗତ ୨୦୧୫ମସିହା ଅକ୍ଟୋବର ୨୭ ତାରିଖ ଦିନ ଜଣେ ନାବାଳିକା କୁ ଅଭିଯୁକ୍ତ ଅମରେଶ ପଣ୍ଡା ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ପଡୋଶୀଙ୍କ ଘରକୁ ଟିଭି ଦେଖିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଏପରି କାଣ୍ଡ ଘଟାଇଥିଲା।

jajpur2

ପରିବାର ଲୋକେ ଧର୍ମଶାଳା ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ଗିରଫ ହୋଇଥିଲା। ଆଜି ଏହି ମାମଲାର ଶୁଣାଣୀ କରି ମାନ୍ୟବର ପୋକସୋ ଅଦାଲତ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୨୦  ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.