କାମ ନ ମିଳିଲେ ନ ମିଳୁ, ଛୋଟ କପଡ଼ା ପିନ୍ଧି ଦେଖାଇ ପାରିବିନି ଶରୀର

ନୂଆଦିଲ୍ଲୀ : ହରିଆଣାର ପ୍ରଖ୍ୟାତ ଗାୟୀକା ତଥା ଡ୍ୟାନ୍ସର ସପନା ଚୌଧୁରୀଙ୍କ ସଂଗୀତ ଭିଡ଼ିଓ ସୋସିଆଲ ମିଡିଆରେ ସର୍ବଦା ଛାଇ ହୋଇ ରହିଥାଏ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କ ନୃତ୍ୟ ଗୀତର ପ୍ରଶଂସକ ରହିଛନ୍ତି ।

ସେ ନିକଟରେ ତାଙ୍କର କାମକୁ ନେଇ ବଲିଉଡର କିଛି ଗୁମର କଥା କହିଛନ୍ତି । ଏବେ ତାଙ୍କ ହାତରେ କାମ ନାହିଁ । ତେବେ ଏଥିପାଇଁ ସେ ଦୁଃଖ କରିଥିଲେ ମଧ୍ୟ କିଛି କାରଣ ପାଇଁ ସେ ନିଜକୁ କମ୍ପ୍ରମାଇଜ କରିପାରିବେ ନାହିଁ ବୋଲି କହିଛନ୍ତି ।

ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ତାଙ୍କୁ ବଲିଉଡରେ କାମ କରିବାର ୧୫ ବର୍ଷ ହୋଇଯିବ । ଏବେ ସେ ହିନ୍ଦୀ ଫିଲ୍ମ ଓ ସିରିଏଲ୍‌ରେ କାମ କରିବାକୁ ଚାହୁଁଛନ୍ତି । ହେଲେ କିଛି କାରଣରୁ ତାଙ୍କର କାମ ମିଳିବା ବନ୍ଦ ହୋଇଯାଇଛି ।

ସେ ଆହୁରି କହିଛନ୍ତି ଯେ ତାଙ୍କୁ କାମ ମିଳୁ ବା ନମିଳୁ । ସେ ଶରୀର ଦେଖାଯାଉଥିବା ଛୋଟ କପଡ଼ା ପିନ୍ଧି ପାରିବେନି କିମ୍ବା ଜବରଦସ୍ତ ଇଂରାଜୀ କହିପାରିବେନି । ଯାହା କି ଏବେ ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି । ସପନା ଏହି କଥା କହୁଥିବା ବେଳେ ତାଙ୍କ ଆଖିରେ ଲୁହ ଆସିଯାଇଥିବା ଦେଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.