ଚାଣକ୍ୟ ନୀତି : ପତି-ପତ୍ନୀଙ୍କ ମଧ୍ୟରେ କଳହ କାରଣ ହୋଇଥାଏ ଏହି କଥା, ଆପଣ ବି ଜାଣିନିଅନ୍ତୁ

ଚାଣକ୍ୟ ଥିଲେ ଜଣେ ଶ୍ରେଷ୍ଠ ନୀତିଜ୍ଞ ଓ ଦୂରଦର୍ଶୀ ବ୍ୟକ୍ତିତ୍ୱ ସହ ସଫଳ କୁଟନୀତିଜ୍ଞ । ତାଙ୍କର ନୀତି ଜୀବନରେ ସଫଳତା ପ୍ରାପ୍ତ କରିବା ପାଇଁ ପ୍ରେରିତ କରିଥାଏ । ଆଚାର୍ଯ୍ୟ ଚାଣକ୍ୟ ନୀତିଶାସ୍ତ୍ର ନାମକ ଗ୍ରନ୍ଥ ଲେଖିଛନ୍ତି। ଏଥିରେ ଉନ୍ନତି, ଧନ, ବିବାହ, ବ୍ୟାପାର ସମେତ ଜୀବନର କେତେକ ସମସ୍ୟାର ସମାଧାନ ସୂତ୍ର ବର୍ଣ୍ଣନା କରାଯାଇଛି।

ଚାଣକ୍ୟଙ୍କ ନୀତିବାଣୀ ପାଳନ କରୁଥିବା ଲୋକ ଜୀବନରେ ଅନେକ ସଫଳତା ହାସଲ କରିଥାଏ। ଲକ୍ଷ୍ୟ ପ୍ରାପ୍ତ ପାଇଁ ଚାଣକ୍ୟ କିଛି ଏମିତି କଥା କହିଛନ୍ତି ଯାହାକୁ ପାଳନ କଲେ ଆମେ ଜୀବନରେ ସଫଳତା ପାଇପାରିବା । ଆଜି ଆସନ୍ତୁ ଜାଣିବା ପତି-ପତ୍ନୀଙ୍କ ମଧ୍ୟରେ କଳହର କାରଣ କ’ଣ ହୋଇଥାଏ ।

୧. କଥାବାର୍ତ୍ତା ବନ୍ଦ ରହିବା : ଚାଣକ୍ୟ କୁହନ୍ତି ପତି-ପତ୍ନୀଙ୍କ ମଧ୍ୟରେ ପରିସ୍ଥିତି ଯେତେ ବି ଖରାପ ହେଉ କଥା ବାର୍ତ୍ତା ବନ୍ଦ ହେବା ଉଚିତ୍‌ ନୁହେଁ । ଏମିତି ହେଲେ ସମ୍ପର୍କ ଦୁର୍ବଳ ହୋଇଥାଏ । ପତି-ପତ୍ନୀଙ୍କ ସୁଖ ପାରିବାରିକ ଜୀବନ ପାଇଁ ଉଭୟଙ୍କ ମଧ୍ୟରେ କଥା ବାର୍ତ୍ତା ଜାରି ରହିବା ଜରୁରୀ । କଥା ବାର୍ତ୍ତା ବନ୍ଦ ରହିବା କୌଣସି ବି ସମ୍ପର୍କ ପାଇଁ ଠିକ୍‌ ନୁହେଁ ।

୨. ଜଣେ ଅନ୍ୟ ଜଣଙ୍କ ପ୍ରତି ସମ୍ମାନ : ଚାଣକ୍ୟଙ୍କ କହିବା ଅନୁଯାୟୀ ପତି-ପତ୍ନୀଙ୍କ ସମ୍ପର୍କରେ ଆଦର ଭାବ ଓ ସମ୍ମାନ ହେବା ଜରୁରୀ । ଯଦି କୌଣସି ସମ୍ପର୍କରେ ଆଦର ଭାବ କମିଯାଏ ସେହି ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।

୩. ପ୍ରେମ ଓ ସମର୍ପଣ : ଚାଣକ୍ୟ କୁହନ୍ତି, ବୈବାହିକ ଜୀବନକୁ ସୁଖଦ କରିବା ପାଇଁ ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ଓ ସମର୍ପଣ ହେବା ଜରୁରୀ । ପତି-ପତ୍ନୀଙ୍କ ମଧ୍ୟରେ ଯେତେବେଳେ ଏହି ଦୁଇଟି କଥା କମିଯାଇଥାଏ, ସେତେବେଳେ ସମ୍ପର୍କରେ କଳହ ଓ ଫାଟ ସୃଷ୍ଟି ହୋଇଥାଏ ।

୪. ଉପଦେଶ : ପତି-ପତ୍ନୀ ଜଣେ ଅନ୍ୟଜଣଙ୍କର ଉପଦେଶ ବା ମତ ନେବା ଜରୁରୀ । ସମ୍ପର୍କକୁ ମଜବୁତ କରିବା ପାଇଁ ଉଭୟଙ୍କର ଅବଦାନ ରହିଛି । ଜରୁରୀ କାମରେ ଜଣେ ଅନ୍ୟଜଣଙ୍କର ମତ ନେବା ଆବଶ୍ୟକ । ଏହାଦ୍ୱାରା ସମ୍ପର୍କରେ ନିବିଡତା ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.