Below header

ଜନ୍ମାଷ୍ଟମୀରେ ଶ୍ରୀମନ୍ଦିରେ ପାଳିତ ହେବ କୃଷ୍ଣ ଜନ୍ମ ନୀତି, ସାଧାରଣ ଦର୍ଶନ ବନ୍ଦ ରହିବ ସନ୍ଧ୍ୟା ୬ରୁ ରାତି ୧୧ଟା ଯାଏ

ପୁରୀ (କେ ନ୍ୟୁଜ୍‌) : ଆଜି ଜନ୍ମାଷ୍ଟମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ପାଳିତ ହେବ ଶ୍ରୀକୃଷ୍ଣ ଜନ୍ମୋତ୍ସବ। ସଂଧ୍ୟା ଧୂପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଏହି ଗୁପ୍ତନୀତି ଅନୁଷ୍ଠିତ ହେବ। ଭଣ୍ଡାରଘର ନିକଟରେ ପଞ୍ଚ ବର୍ଣ୍ଣ ମୁରୁଜରେ ଜନ୍ମ ମଣ୍ଡଳ କଟାଯାଇ କରାଯିବ ଜନ୍ମନୀତି । ଦକ୍ଷିଣ ଘରୁ ମଦନମୋହନଙ୍କୁ ଅଣାଯାଇ ରତ୍ନ ସିଂହାସନରେ ବିଜେ କରାଯିବାର ପରମ୍ପରା ରହିଛି। ଦୁଇ ଜଣ ମହାଜନ ସେବକ ଦେବକୀ ଓ ବସୁଦେବ ହୋଇ ଏହି ଜନ୍ମନୀତି ପାଳନ କରିବେ। ତେବେ ଜନ୍ମନୀତି ପୂର୍ବରୁ ଗତକାଲି ମହାପ୍ରଭୁଙ୍କୁ ଗର୍ଭ ଉଦକ ବନ୍ଦାପନା କରାଯାଇଥିଲା। ଆଜି ଏହି ନୀତି ପାଇଁ ସଂଧ୍ୟାଧୂପ ପରେ ପ୍ରାୟ ସଂଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ୫ ଘଣ୍ଟା ଧରି ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.