Below header

ରାୟଗଡ଼ା: ବାଇକ୍‌ ଧକ୍କାରେ ଯବାନ ଗୁରୁତର, ହସପିଟାଲରେ ଭର୍ତ୍ତି

ରାୟଗଡ଼ା(କେନ୍ଯୁଜ ବ୍ଯୁରୋ) : ବାଇକ୍‌ ଧକ୍କାରେ ଯବାନ ଗୁରୁତର। ଗୁରୁତର ଯବାନଙ୍କ ନାଁ ବିକ୍ରମ ଛାତ୍ରିଆ। ଗୁରୁତର ଅବସ୍ଥାରେ ତାଙ୍କୁ ଆଣି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଉଛି।

ରାୟଗଡ଼ା ସହରର କପିଳାଶ ଛକରେ ଉପ ଜିଲ୍ଲାପାଳ, ତହସିଲଦାରଙ୍କ ସମେତ ଅତିରିକ୍ତ ଏସ୍‌ପି ଓ ପୋଲିସ ବିଭାଗର କର୍ମଚାରୀମାନେ ମାସ୍କ ଓ ହେଲ୍‌ମେଟ୍‌ ଚେକିଙ୍ଗ୍‌ କରୁଥିଲେ। ଏହି ସମୟରେ ଜଣେ ଯୁବକ ଏକ ବୁଲେଟ୍‌ ଗାଡ଼ିରେ ଦ୍ରୁତ ଗତିରେ ଆସୁଥିବା ବେଳେ ତାଙ୍କୁ ହେଲମେଟ୍‌ ଓ ମାସ୍କ ନପିନ୍ଧିଥିବା ଯୋଗୁ ଚେକିଂ କରିବାକୁ ଅଟକାଯାଇଥିଲା। ହେଲେ ଯୁବକ ଜଣକ ଅଟକିବା ପରିବର୍ତ୍ତେ ଯବାନଙ୍କୁ ଧକ୍କା ଦେଇ ସେଠାରୁ ପଳାଇ ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.