ଓଡିଶାରେ ହେବନି ଆଳୁ ସଂକଟ, ଆଳୁ ଚାଷ କରି ସଫଳ ହୋଇଛନ୍ତି ୮୪୦ ଜଣ ମହିଳା

କରଞ୍ଜିଆ (କେନ୍ୟୁଜ) : ଘରେ ଯାହା ରୋଷେଇ ହେଉ ନା କାହିଁକି ସେଥିରେ ଆଳୁ ଟିକେ ନପଡିଲେ ସ୍ୱାଦ ଆସେ ନାହିଁ । କାରଣ ଆମ ଓଡ଼ିଆ ଘରେ ଆଳୁ ଏମିତି ଏକ ପରିବା ଯାହା ବର୍ଷ ତମାମ ଗୃହିଣୀଙ୍କ ପ୍ରଥମ ପସନ୍ଦ ହେଇଥାଏ । ଆଳୁର ଏତେ ଚାହିଦା ରହିଥିବା ବେଳେ ଓଡିଶାକୁ ସବୁବେଳେ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି। କିନ୍ତୁ ଓଡିଶାରେ ଯେପରି ଆଳୁ ଉତ୍ପାଦ ଭଲ ହେବ ସେ ନେଇ ଆଗେଇ ଆସିଛନ୍ତି କିଛି ମହିଳାମାନେ।

ଦିନ ଥିଲା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ମହିଳା ମାନେ ଘରୁ ଗୋଡ ବାହାରକୁ ବାହାର କରୁନଥିଲେ। ଆଜି ସମୟ ବଦଳିବା ସହିତ ପରିସ୍ଥିତି ବି ବଦଳିଛି। ରାଜ୍ୟରେ ଆଳୁ ସଂକଟ ଦୂର କରିବା ସହିତ ନିଜେ ଆତ୍ମନିର୍ଭରଶୀଳ ହୋଇପାରଛନ୍ତି ଏହି ମହିଳାମାନେ। ମୟୁରଭଞ୍ଜ ଜିଲ୍ଲାର ୮୪୦ ଜଣ ମହିଳା ଚଳିତ ବର୍ଷ ୨୧୦ ଏକରରେ ଆଳୁ ଚାଷ କରି ଅନ୍ୟ ମାନଙ୍କ ପାଇଁ ଉଧାହରଣ ସୃଷ୍ଟି କରିପାରିଛନ୍ତି ।

aluuuଆଉ ଏମାନଙ୍କ ପାଇଁ ସହଯୋଗର ହାତ ବଢ଼ାଇଛି ଆଦିବାସୀ ଉନ୍ନୟନ ସଂସ୍ଥା । ବିନା ମୂଲ୍ୟରେ ଉନ୍ନତ ଧରଣର ଆଳୁ ବିହନ ଯୋଗାଇ ଦେବା ସହିତ କୀଟନାଶକ ଔଷଧ,ସାର ପ୍ରଭୁତି ଯେଗାଇ ଦେଇଛି ଏହି ସଂସ୍ଥା। ଜିଲ୍ଲାର କରଞ୍ଜିଆ ଉପଖଣ୍ଡର ରରୁଆଁ, ଜଶୀପୁର ଓ କରଞ୍ଜିଆ ବ୍ଲକର ମହିଳାମାନଙ୍କର ଆଥିର୍କ ସଙ୍କଟ ଦୂର କରିବା ସହିତ ସଚେତନତା ଉଦେଶ୍ୟରେ ଏହି ସଂସ୍ଥା ଏଭଳି ଉଦ୍ୟମ କରିଛି। ସେମାନେ କିପରି ଆଧୁନିକ ପ୍ରଳାଳୀରେ ଚାଷ କରିବେ ତାହା ମଧ୍ୟ ତାଲିମ ଦିଆଯାଇଛି। ଯାହା ଫଳରେ ଆଳୁ ଅମଳ ଭଲ ହେବା ସହିତ ମହିଳା ମାନେ ରୋଜଗାରକ୍ଷମ ହୋଇପାରିଛନ୍ତି ଏବଂ ନିଜ ପରିବାରକୁ ବିକାଶ କ୍ଷେତ୍ରରେ ଆଗେଇନେଇ ପାରିଛନ୍ତି।

itda1ମୟୁରଭଞ୍ଜ ଜିଲ୍ଲାର ପାଣି ପବନ ପାଇଁ ଆଳୁ ଚାଷ ବେଶ ଉପଯୋଗୀ । ଖାସ ସେଥିପାଇଁ କରଞ୍ଜିଆ ଅଞ୍ଚଳରେ ୧୯୮୨ ମସିହାରେ ଶୀତଳ ଭଣ୍ଡାର ଗଢି ଉଠି ଥିଲା । ଆଳୁ ଚାଷ ନ ହେବା ଏବଂ ଶୀତଳ ଭଣ୍ଡାରରେ ଆଳୁ ନ ରଖିବା କାରଣରୁ ଗୋଟିଏ ପରେ ଗୋଟିଏ ଶୀତଳ ଭଣ୍ଡାର ବନ୍ଦ ହେବାରେ ଲାଗିଛି । ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ଆଳୁ ଚାଷକୁ ଆଦିବାସୀ ଉନ୍ନୟନ ସଂସ୍ଥା ଗୁରୁତ୍ୱ ଦେଇ ଏଭଳି ପଦକ୍ଷେପ ନେଇଥିଲା। ଯେଉଁଥିରେ ଏମାନେ ସଫଳ ବି ହୋଇଛନ୍ତି।

ତିନୋଟି ବ୍ଲକରେ ପ୍ରାୟ ୨୧୦ ଏକର ଜମିରେ ଆଧୁନିକ ପ୍ରଣାଳୀରେ ଆଳୁ ଚାଷ କରି ୧୨ ଲକ୍ଷ ୬୦ ହଜାର କେଜିର ଆଳୁ ଅମଳ ହୋଇଛି । ତେବେ ଏହି ଆଳୁ ଚାଷ ଉପରେ ଯଦି ଆମେ ଅଧିକ ପ୍ରାଧାନ୍ୟ ଦେବା ତାହେେଏ ଅନ୍ୟ ରାଜ୍ୟ ଉପରେ ଓଡିଶା ଆଉ ନିର୍ଭର କରିବନାହିଁ। ଯଦି ଏମିତି ଭାବେ ଚାଷ କରାଯାଏ ତାହେଲେ ଆଳୁ ସଂକଟ ଏବଂ ଆଳୁ ଦର ବୃଦ୍ଧିକୁ ବି ସମ୍ମୁଖୀନ କରିବାକୁ ପଡିବନି। ତେଣୁ ଏଥିପ୍ରତି ସରକାର ନିହାତି ଭାବେ ଧ୍ୟାନ ଦେବା ଉଚିତ। ଯେପରି ଏହି ଆଳୁର ସଂରକ୍ଷଣ ଏବଂ ଚାଷୀକୁ ଉପଯୁକ୍ତ ଲାଭ ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.