ବିଷଧର ନାଗ ସାପର ମୁହଁରେ ଅଠା ମାରିଲା କିଏ? ଏବେ ହେଉଛି ଅପରେସନ୍‌

ଭୁବନେଶ୍ୱର (କେନ୍ୟୁଜ୍‌) : ନାଗ ସାପର କରାଯାଉଛି ଅପରେସନ୍‌। କାରଣ ତାର ମୁହଁ ବନ୍ଦ ହୋଇ ଯାଇଛି । କେହି ବ୍ୟକ୍ତି ଏହି ବିଷଧର ସାପ ମୁହଁରେ ଫେଭିକୁଇକ୍‌ ଅଠା ମାରି ଦେଇଛି । ଯାହାଫଳରେ ସାପରଟିର ମୁହଁ ବୁଜି ହୋଇ ଯାଇଛି । ଯେତେ ଚେଷ୍ଟା କଲେ ମଧ୍ୟ ମୁହଁ ଖୋଲି ପାରୁନି ।

ଏକଥା ଜଣାପଡ଼ିବା ପରେ ସ୍ନେକ୍‌ ହେଲପ ଲାଇନ୍‌ ସଦସ୍ୟ ସାପଟିକୁ ଉଦ୍ଧାର କରି ଓୟୁଏଟିରେ ପହଞ୍ଚିଥିଲେ । ସେଠାରେ ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ତାର ଅପରେସନ୍‌ କରିଛନ୍ତି । ସ୍ନେକ୍‌ ହେଲପ ଲାଇନ୍‌ ସଦସ୍ୟ ଏହି ନାଗ ସାପଟିକୁ ପୁରୁଣା ଭୁବନେଶ୍ୱର ଅଞ୍ଚଳରୁ ଉଦ୍ଧାର କରିଛନ୍ତି । ଯାହା ସୂଚନା ମିଳିଛି ଏଭଳି କଲେ କିଛି ଫଳପ୍ରାପ୍ତି ହେବ ବୋଲି ମନେ କରି କେହି ବ୍ୟକ୍ତି ସାପଟି ମୁହଁରେ ଅଠା ଲଗାଇ ଦେଇଥିବା କୁହାଯାଉଛି । ଓୟୁଏଟି ଭେଟେନାରୀ ସର୍ଜରୀ ବିଭାଗରେ ସାପର ଅପରେସନ୍‌ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.