Below header

ନୂଆପଲ୍ଲୀ ଇନ୍ଦ୍ରଧନୁ ମାର୍କେଟରୁ ଲୁଟ୍, ୨୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ବର : ରାଜଧାନୀରେ ବଡ଼ ଧରଣର ଲୁଟ୍‌ । ଲୁଟି ନେଲେ ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା । ଘଟଣା ଘଟିଛି ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟ୍‌ରେ ଥିବା ମା’ ଗୌରୀ ଜୁଏଲାରୀ ଦୋକାନରୁ । ଦୋକାନର ଜଣେ ଷ୍ଟାଫ୍‌ ଦୋକାନ ବନ୍ଦ କରିବା ପାଇଁ ସଟର ପକାଉଥିଲେ । ଗୋଟିଏ ବ୍ୟାଗ୍‌ରେ ସୁନା ଗହଣା ଓ ଟଙ୍କା ନିକଟରେ ରଖିଥିଲେ । ଷ୍ଟାଫ୍‌ ଜଣଙ୍କ ସଟର ପକାଉଥିବା ବେଳେ କିଛି ଦୁର୍ବୃତ୍ତ ଆସି ବ୍ୟାଗ୍‌କୁ ନେଇ ଚମ୍ପଟ ମାରିଥିଲେ । ଏନେଇ ଜୁଏଲାରୀ ଦୋକାନ ମାଲିକ ଲକ୍ଷ୍ମୀଧର ସୁବୁଦ୍ଧି ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.