ଚାନ୍ଦବାଲିରେ ଜଳପଥ ପରିବହନ ସେବା ବନ୍ଦ, ଅଚଳ ହୋଇ ପଡିରହିଛି ୪ଟି ଯାତ୍ରୀବାହୀ ଲଞ୍ଚ

ଭଦ୍ରକ : ଚାନ୍ଦବାଲିରେ ଜଳପଥ ପରିବହନ ସେବା ବନ୍ଦ ରହିଛି । ନଦୀକୂଳରେ ବନ୍ଦ ହୋଇ ପଡିରହିଛି ସରକାରଙ୍କ ୪ଟି ଯାତ୍ରୀବାହୀ ଲଞ୍ଚ । ଚାନ୍ଦବାଲିରୁ ୨ଟି ଯାତ୍ରୀବାହି ଲଞ୍ଚ ତାଳଚୁଆ ଓ ଧାମରାକୁ ଯାତ୍ରୀ ପରିବହନ ସହ ପନ୍ୟଦ୍ରବ୍ୟ ପରିବହନ ହୋଇଥାଏ । ଏହାସହ ୨ଟି ଲଞ୍ଚ ମଧ୍ୟ ଜରୁରୀକାଳୀନ ଓ ଟୁରିଷ୍ଟ ପାଇଁ ରହିଛି । ହେଲେ ଏହି ୨ଟି ଲଞ୍ଚ ଅଚଳ ହୋଇ କୂଳରେ ବନ୍ଧା ଯାଇଛି । ଅନ୍ୟ ୨ଟି ଜରୁରୀକାଳୀନ ବୋଟ୍‌ ମଧ୍ୟ ୬ମାସ ହେଲା ଅଚଳ ହୋଇଯାଇଛି । ବିଭାଗ ପକ୍ଷରୁ ନୂଆ ଲଞ୍ଚ ମିଳୁନାହିଁ । ଏନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଦୁଇଟି ଯାତ୍ରୀବାହୀ ଲଞ୍ଚର ମରାମତି କାର୍ଯ୍ୟ ଜାରି ରହିଛି ବୋଲି ବିଭାଗୀୟ କନିଷ୍ଠ ଯନ୍ତ୍ରୀ କହିଛନ୍ତି । ତେବେ ଅଚଳ ହେବା ପୂର୍ବରୁ କାହିଁକି ଅନ୍ୟ ୨ଟି ଲଞ୍ଚକୁ ସଂପୃକ୍ତ ବିଭାଗ କାର୍ଯ୍ୟକ୍ଷମ ଅବସ୍ଥାକୁ ଆଣି ପାରିଲା ନାହିଁ ସେନେଇ ପ୍ରଶ୍ନ ଉଠିଛି । ଯାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନ୍ତର୍ଦେଶୀୟ ଜଳପଥ ପରିବହନ ଓ ବନ୍ଦର ବିଭାଗର ଉଚ୍ଚ କର୍ତ୍ତୃପକ୍ଷମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.