Below header

ଆଜି ପରଦାକୁ ଆସୁଛି ବହୁ ପ୍ରତୀକ୍ଷିତ ଫିଲ୍ମ ବିଜୁବାବୁ ,ଓଡିଆ ଜନନାୟକ ଭୂମିକାରେ ଅନୁଭବ ମହାନ୍ତିଙ୍କ ଅଭିନୟ

ଭୁବନେଶ୍ବର : ଆଜି ପରଦାକୁ ଆସିବ ବହୁ ପ୍ରତୀକ୍ଷିତ ଫିଲ୍ମ ବିଜୁବାବୁ । କେନ୍ଦ୍ରାପଡ଼ାର ବିଜେଡି ପ୍ରାର୍ଥୀ ଓ ଅଭିନେତା ଅନୁଭବ ମହାନ୍ତି ଏଥିରେ ବିଜୁବାବୁ ଭୂମିକାରେ ଅଭିନୟ କରିଛନ୍ତି । ଓଡ଼ିଶାର ପ୍ରବାଦ ପୁରୁଷ ଓ ମହାନାୟକ ବିଜୁ ପଟ୍ଟନାୟକଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଏହି ସିନେମା ମାଧ୍ୟମରେ ଦର୍ଶାଯାଇଛି ବୋଲି କହିଛନ୍ତି ଏହାର ନିର୍ମାତା । ଏହି ଚଳଚ୍ଚିତ୍ରରୁ ବିଜୁବାବୁଙ୍କ ମହାନ ଆଦର୍ଶ ସଂପର୍କରେ ଯୁବବର୍ଗ ପରିଚିତ ହେବେ । ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ । ଅନୁଭବଙ୍କ ବିପକ୍ଷରେ ସୁପ୍ରିୟା ଅଭିନୟ କରିଛନ୍ତି । ଓଲିଉଡରେ ଏହା ନୂଆ ଇତିହାସ ସୃଷ୍ଟି କରିବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.