Below header

ଜନ୍ମିତ ଶିଶୁକୁ ବିକ୍ରି କରିବାକୁ ପ୍ରୟାସ,ଚାଇଲ୍ଡ ଲାଇନ ହାତରେ ଧରା ପଡିଲେ ଦମ୍ପତି

ଝାରସୁଗୁଡ଼ : ଜନ୍ମିତ ଶିଶୁକୁ ବିକ୍ରି କରିବାକୁ ପ୍ରୟାସ କରୁଥିବା ବେଳେ ଚାଇଲ୍ଡ ଲାଇନ ହାତରେ ଧରା ପଡିଲେ ଦମ୍ପତି। ଝାରସୁଗୁଡ଼ ଜିଲ୍ଲା ଏକାତାଲି ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗତକାଲି ଜିଲ୍ଲା ଡାକ୍ତରଖାନାରେ ସନ୍ତାନ ପ୍ରସବ ପରେ ଶିଶୁ ପୁତ୍ରକୁ ଘରକୁ ଆଣିଥିଲେ ଦମ୍ପତି। ମାତ୍ର ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ନିଜର ସନ୍ତାନକୁ ବିକ୍ରି କରିବାକୁ ପ୍ରାୟ ଦୁଇମାସ ଆଗରୁ ଛତିଶଗଡ଼ ରାୟଗଡ଼ର ଜଣେ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିଥିଲେ ବୋଲି ସୂଚନା ଦେଇଛି ଝାରସୁଗୁଡ଼ା ଚାଇଲଡ ଲାଇନ। ଶିଶୁଟିକୁ ଉଦ୍ଧାର ପରେ ଏବେ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି। ସିଡବ୍ଲୁସିର ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.