ମହଙ୍ଗା ପଡିଲା ଜେଲ୍ରେ ନାଗିନ୍ ଡ୍ୟାନ୍ସ , ବଦଳିଲେ ଝାରପଡ଼ା ଜେଲ ସୁପରିଣ୍ଟେଣ୍ଡେଣ୍ଟ
ଭୁବନେଶ୍ବର: ମହଙ୍ଗା ପଡିଲା ଜେଲ୍ରେ ନାଗିନ୍ ଡ୍ୟାନ୍ସ। ବଦଳିଲେ ଝାରପଡ଼ା ଜେଲ ସୁପରିଣ୍ଟେଣ୍ଡେଣ୍ଟ। ସୁପରିଣ୍ଟେଣ୍ଡେଣ୍ଟ ଧୀରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗିର ଜେଲକୁ ବଦଳି କରାଯାଇଛି। ଝାରପଡ଼ା ଜେଲ ନୂଆ ସୁପରିଣ୍ଟେଣ୍ଡେଣ୍ଟ ହେଲେ ସରୋଜ କୁମାର ବିଶ୍ୱାଳ। ସରୋଜ କୁମାର ବିଶ୍ୱାଳ ଏବେ ପୁରୀ ଜେଲ ଦାୟିତ୍ୱରେ ଅଛନ୍ତି।
ବଲାଙ୍ଗିର ଜେଲ ଅଧୀକ୍ଷକ ଉର୍ମିଳା ମିଞ୍ଜଙ୍କୁ ପୁରୀ ଜେଲକୁ ବଦଳି କରାଯାଇଛି। କିଛି ଦିନ ତଳେ ଝାରପଡ଼ା ଜେଲ୍ରୁ ୧୩ଟି ମୋବାଇଲ୍ ଜବତ କରାଯାଇଛି। ଏହାସହ ଡିଜି ଙ୍କ ନେତୃତ୍ୱରେ ଏକ ସ୍କ୍ଵାର୍ଡ ଗଠନ କରଯାଇଛି। ଝାରପଡ଼ା ଜେଲ୍ ସହ ଅନ୍ୟ ଜେଲ୍ରେ ମଧ୍ୟ ଚଡାଉ କରାଯାଉଛି। ଭୁବନେଶ୍ୱର ଝାରପଡ଼ା ଜେଲ୍ ଭିତରେ ନାଚ ଗୀତ ସାଙ୍ଗକୁ ଗଞ୍ଜେଇ ଆସରର ଭିଡିଓ ଭାଇରାଲ୍ ହୋଇଥିଲା। ଏହାର ତଦନ୍ତ ଜାରି ରହିଥିବା ଜେଲ୍ ଡିଜି କହିଛନ୍ତି।