ଯାଜପୁର ସହରରେ ନିୟମ ଉଲଂଘନ ଅଭିଯୋଗରେ ସିଲ୍ ହେଲା ଦୋକାନ, ଅମାନିଆଙ୍କଠୁ ଜରିମାନା ଆଦାୟ

ଯାଜପୁର ଟାଉନ: ସାରା ରାଜ୍ୟରେ ଜାରି ରହିଛି ଲକ ଡାଉନ। ଏଥିପାଇଁ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ କେବଳ ପନିପରିବା ଓ ଆମିଷ,ତେଜରାତି ଦୋକାନ ଖୋଲିବାକୁ ନିୟମ ରହିଛି। କିନ୍ତୁ ଯାଜପୁରରେ ଏହାର ବ୍ୟତିକ୍ରମ ହେଉଥିବା ଦେଖି ଯାଜପୁର ପୋଲିସ ଓ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି।

ଯାଜପୁର ସହରରେ କେତେକ ଅମାନିଆ ଦୋକାନ ଖୋଲିଥିବା ନଜରକୁ ଆସିବା ପରେ ସେ ଗୁଡିକୁ ସିଲ କରାଯାଇଛି। ଯାଜପୁରର ଅତିରିକ୍ତ ତହସିଲଦାର କ୍ଷୀରୋଦ ଚନ୍ଦ୍ର ପ୍ରଧାନ ଓ ଥାନା ଅଧିକାରୀ ମାନସ ରଞ୍ଜନ ଚକ୍ରଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ କରାଯିବା ସହିତ ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ଯେଉଁମାନେ ନିୟମ ଉଲଂଘନ କରି ଦୋକାନ ଖୋଲିଥିଲେ ସେମାନଙ୍କ ଦୋକାନକୁ ସିଲ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.