ରପ୍ତାନି କ୍ଷେତ୍ରରେ ଦେଶର ଶ୍ରେଷ୍ଠ ୩୦ ଜିଲ୍ଲା ମଧ୍ୟରେ ୨୪ତମ ସ୍ଥାନରେ ଝାରସୁଗୁଡା

ଝାରସୁଗୁଡା(କେନ୍ଯୁଜ୍) : ରପ୍ତାନି କ୍ଷେତ୍ରରେ ଦେଶର ଶ୍ରେଷ୍ଠ ୩୦ଟି ଜିଲ୍ଲା ମଧ୍ୟରେ ସ୍ଥାନ ପାଇଲା ଆମ ରାଜ୍ଯର ଝାରସୁଗୁଡା ଜିଲ୍ଲା । ଡିଷ୍ଟିକ ଏଚ ଏକ୍ସପୋର୍ଟ ହବ ଇନିସିଏଟିଭର ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଝାରୁଗୁଗୁଡା ଜିଲ୍ଲା ରହିଛି ୨୪ତମ ସ୍ଥାନରେ । ଏହି ଖବର ପ୍ରଚାର ହେବା ପରେ ଝାରସୁଗୁଡାବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହର ମାହୋଲ।

ଦେଶର କୋଣ ଅନୁକୋଣ ତଥା ବିଦେଶକୁ ମଧ୍ୟ ଝାରସୁଗୁଡା ଜିଲ୍ଲାରୁ ବିଭିନ୍ନ ସାମଗ୍ରୀ ରପ୍ତାନି ହୋଇଥାଏ । ଯେଉଁଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଝାରସୁଗୁଡାରେ ଥିବା ରେଳଷ୍ଟେସନ ଗୁଡିକ । ଜିଲ୍ଲାର ଶ୍ରେଷ୍ଠ ଉତ୍ପାଦ ଗୁଡିକ ମଧ୍ୟରେ ଇଞ୍ଜିନିୟରିଙ୍ଗ ଉତ୍ପାଦ, ସେରାମିକ ଉତ୍ପାଦ, କୋଇଲା, କେମିକାଲ, ଖଣିଜ ପଦାର୍ଥ ଏବଂ ଅନ୍ଯାନ୍ଯ ଧାତୁ ପଥର ଇତ୍ୟାଦି ରହିଛି । ଏହି ସମସ୍ତ ସାମଗ୍ରୀର ବହୁମାତ୍ରାରେ ରପ୍ତାନି କରି ଝାରସୁଗୁଡା ଜିଲ୍ଲାର ଦେଶର ଶ୍ରେଷ୍ଠ ୩୦ ଜିଲ୍ଲା ମଧ୍ୟରେ ସ୍ଥାନ ପାଇଛି ।

export

ରପ୍ତାନି ବୃଦ୍ଧି ଯୋଗୁଁ ଝାରସୁଗୁଡା ଜିଲ୍ଲାର ରାଜସ୍ବ ମଧ୍ୟ ବୃଦ୍ଧି ପାଉଛି । ଏଥିରେ ରେଳ ପରିବହନର ଭୂମିକା ଖୁବ୍ ବେଶି। ଝାରସୁଗୁଡାର ରେଳ ପରିବହନ ବହୁପୁରାତନ । ତେବେ ରେଳ ମାଧ୍ୟମରେ ଏଠାକାର ଆଲୁିନିୟମ, କୋଇଲା ଓ ଅନ୍ଯାନ୍ଯ ଉତ୍ପାଦକୁ ରପ୍ତାନି କରଯିବାସହ ଜିଲ୍ଲାରୁ ଅଧିକରୁ ଅଧିକ ସାମଗ୍ରୀ କିପରି ରପ୍ତାନି କରାଯାଇପାରିବ ସେନେଇ ପଦକ୍ଷେପ ଗ୍ରହଣ କରାଯାଉଛି ।

ଯେଉଁ ହିସାବରେ ଝାରସୁଗୁଡାରେ ଶିଳ୍ପ ଓ କଳକାଳଖାନା ତଥା ଖଣି ଖାଦାନ ଗଢିଉଠିଛି ସେହିପରି ରପ୍ତାନି କ୍ଷେତ୍ରରେ ମଧ୍ୟ ଝାରସୁଗୁଡା ଅଗ୍ରଗତି କରୁଛି । ଯାହା ରାଜ୍ଯ ପାଇଁ ଗର୍ବର ବିଷୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.