Chrome ୟୁଜର୍ସଙ୍କୁ ଚେତାବନୀ ଦେଲେ ସରକାର ! ତୁରନ୍ତ କରିଦିଅନ୍ତୁ ଅପଡେଟ୍ ନଚେତ ହ୍ୟାକ୍ ହୋଇପାରେ ପର୍ସନାଲ ଡାଟା

ଆପଣ ଗୁଗଲ କ୍ରୋମ ବ୍ରାଉଜର ବ୍ୟବହାର କରୁଛନ୍ତି କି ? ତେବେ ତୁରନ୍ତ ହୋଇଯାଆନ୍ତୁ ସାବଧାନ। ଇଣ୍ଡିଆ କମ୍ପ୍ୟୁଟର ଇମରଜେନ୍ସୀ ରେସପୋନ୍ସ ଟିମ୍ ଗୁଗଲ କ୍ରୋମ ୟୁଜର୍ସ ପାଇଁ ଚେତାବନୀ ଜାରି କରିଛନ୍ତି। ତେଣୁ କ୍ରୋମ ୟୁଜର୍ସଙ୍କ ପାଇଁ ତୁରନ୍ତ ନିଜର ବ୍ରାଉଜରକୁ ଅପଡେଟ୍ କରିବାକୁ ପରାମର୍ଶ ଦେଇଛି। ଯଦି ୟୁଜର୍ସ ଏପରି ନ କରନ୍ତି, ତେବେ ବଡ ବିପଦରେ ପଡିବେ। ଆଡଭାଇଜରୀ ଅନୁସାରେ, ଗୁଗଲ କ୍ରୋମ ବ୍ରାଉଜରରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି, ଯାହାର ଫାଇଦା ଉଠାଇ ହ୍ୟାକର୍ସ ଆପଣଙ୍କ ବ୍ୟକ୍ତିଗତ ଡାଟା ହାସଲ କରିବା ସହିତ ଟାର୍ଗେଟ ସିଷ୍ଟମ ମାଲେଓ୍ଵର ଇନଞ୍ଜେକ୍ଟ କରିପାରନ୍ତି।
ସୂଚନା ଯୋଗ୍ୟ, ଏହା ଜାଣିବା ପରେ ଗୁଗଲ୍ ତୁରନ୍ତ ଏକ କାର୍ଯ୍ୟାନୁଷ୍ଠାନ ନେଇ ଏକ ଅପଡେଟ୍ ଜାରି କରିଛି। ଯେଉଁଥିରେ କ୍ରୋମ ବ୍ରାଉଜରର ତ୍ରୁଟିକୁ ଠିକ୍ କରିଦିଆଯାଇଛି। ସରକାରଙ୍କ ସହିତ ଗୁଗଲ୍ ୟୁଜର୍ସଙ୍କ ଠାରୁ ଲାଟେଷ୍ଟ ସଫ୍ଟେଓ୍ଵୟାର ଅପଡେଟ୍ ଇନଷ୍ଟଲ କରିବାକୁ ଆଗ୍ରହ କରିଛି। ଲାଟେଷ୍ଟ ଅପଡେଟ୍ରେ ୨୨ଟି ସିକ୍ୟୁରିଟି ଫିକ୍ସ ସାମିଲ ରହିଛି, ଯେଉଁଥିରେ ଅଧିକାଂଶ ଏକ୍ସଟର୍ନାଲ ରିସର୍ଚ୍ଚର୍ସ ହାଇଲାଇନ କରାଯାଇଥିଲା।
CERT-in ର ରିପୋର୍ଟ ମୁତାବକ, ଗୁଗଲ୍ କ୍ରୋମ ବ୍ରାଉଜରରେ ଅନେକ ପ୍ରକାରର ତ୍ରୁଟି ପରିଲକ୍ଷିତ କରାଯାଇଛି।V8 ର ଟାଇପ୍ କନଫ୍ୟୁଜନ କାରଣରୁ ଗୁଗଲ୍ କ୍ରୋମର ବ୍ୟବହାର ସୁରକ୍ଷିତ ନୁହେଁ। ଏଥିରେ େଓ୍ଵବ ଆପ୍, ୟୁଜର ଇଣ୍ଟରଫେସ, ସ୍କ୍ରିନ କ୍ୟାପଚର, ଫାଇଲAPI ଅଟୋ ଫିଲ ଏବଂ ଡେଭଲପର୍ସ ଟୁଲ୍ସ ଭଳି ଅନେକ ତ୍ରୁଟି ଦେଖିବାକୁ ମିଳିଛି। ହ୍ୟାକର୍ସ ଏହି ତ୍ରୁଟିର ଫାଇଦା ଉଠାଇ ଆପଣଙ୍କ ସମ୍ବେଦନଶୀଳ ପର୍ସନାଲ ଡାଟାକୁ ସହଜରେ ଚୋରି କରିପାରିବେ।
ତେଣୁ ବ୍ରାଉଜରକୁ ଅପଡେଟ୍ କରିବାକୁ ଚେତାବନୀ ଦିଆଯାଇଛି। ବ୍ରାଉଜରର ଲାଟେଷ୍ଟ ଭର୍ସନକୁ ଡାଉନଲୋଡ କରିବା ପାଇଁ କ୍ରୋସ ୟୁଜର୍ସ ସ୍କ୍ରିନର ଟପ୍ ରାଉଟ୍ କର୍ନରରେ ଅପଡେଟ୍ ଅପସନ ମିଳିବ। ସେଥିରେ କ୍ଲିକ କରି ଅପଡେଟ୍ କରିପାରିବେ।