ଭୟଙ୍କର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ଦେଶରେ ସୁନାମି ଚେତାବନୀ !

ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ। ଭୟଙ୍କର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ଭୂକମ୍ପରେ ଦେଶରେ ସୁନାମି ଚେତାବନୀ। ଭୂକମ୍ପର ତ୍ରୀବତା ଥିଲା ୭.୩। ମାଉମେରୋ ସହରର ଉତ୍ତର ଦିଗଠାରୁ ୧୦୦ କିଲୋମିଟର ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ।

ଫ୍ଲୋରେସ ସମୁଦ୍ରରେ ୧୦ଟା ୨୦ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ବଡ଼ ବଡ଼ ଢେଉ ମାଡ଼ି ଆସିବାର ଆଶଙ୍କା ରହିଛି । ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି ।

ମାଲୁକୁ, ପୂର୍ବ ନୂସା ଟେଙ୍ଗଗାରା, ପଶ୍ଚିମ ନୁସା ଟେଙ୍ଗଗାରା ଏବଂ ଦକ୍ଷିଣ ପୂର୍ବ ଏବଂ ଦକ୍ଷିଣ ସୁଲାୱେସି ଅଞ୍ଚଳ ପାଇଁ ସୁନାମି ଚେତାବନୀ ଦିଆଯାଇଛି। ତେବେ ଲାରାଣ୍ଟୁକାରେ ଥିବା ଇଷ୍ଟ ଫ୍ଲୋରସ୍ ବିପର୍ଯ୍ୟୟ ପ୍ରଶମନ ଏଜେନ୍ସିର ମୁଖ୍ୟ ଆଲଫନ୍ସ ହାଡା ବେଟାନ କହିଛନ୍ତି ଯେ କ୍ଷୟକ୍ଷତିର ତୁରନ୍ତ କୌଣସି ଖବର ମିଳିନାହିଁ।ଲୋକମାନେ ଘରୁ ବାହାରକୁ ଆସିବା ପରେ ମଧ୍ଯ ଏହି ଭୂକମ୍ପ ଅନେକ ମିନିଟ ଧରି ଅନୁଭୂତ ହୋଇଥିଲା। ଲୋକମାନେ ସୋସିଆଲ ମିଡିଆରେ କହିଛନ୍ତି ଯେ ଦକ୍ଷିଣ ସୁଲାୱେସିର ମାକାସରରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଛି।କିନ୍ତୁ ସୁନାମି ଓ ଭୂସ୍ଖଳନ ବ୍ୟାପକ କ୍ଷୟକ୍ଷତି ଘଟାଇବାର ସମ୍ଭାବନା ରହିଛି।

ସୂଚନା ଥାଉକି, ୨୦୦୪ରେ ୯.୧ ତୀବ୍ରତାର ଭୂକମ୍ପ ଝଟକାରେ ସୁମାତ୍ରା ଥରିଥିଲା। ଏହାପରେ ଆସିଥିବା ଭୟଙ୍କର ସୁନାମି ଏହି ଅଞ୍ଚଳରେ ରହୁଥିବା ପ୍ରାୟ ୨୨୦,୦୦୦ ଲୋକଙ୍କ ଜୀବନ ନେଇଥିଲା। ସୁନାମୀ ଶ୍ରୀଲଙ୍କା, ନେପାଳ ଓ ଭାରତ ଭଳି ୯ଟି ଦେଶରେ ଦେଖାଯାଇଥିଲା।  ସେହିପରି ୨୦୧୮ରେ ଲୋମବକ ଦ୍ୱୀପରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିରେ ୫୫୦ ଜଣଙ୍କ ଜୀବନ ଯାଇଥିଲା। ଗତବର୍ଷ ପଲରେ ୭.୫ ତୀବ୍ରତାର ଭୂକମ୍ପ ପରେ ସୁନାମି ଦେଖାଯାଇଥିଲା। ଏଥିରେ ୪,୩୦୦ ଜଣ ଲୋକ ମୃତ କିମ୍ବା ନିଖୋଜ ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.