ଶାନ୍ତି ଫାଉଣ୍ଡେସନ୍‌ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ‘ଝୁମ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ

ଭୁବନେଶ୍ୱର (କେନ୍ୟୁଜ୍‌) : ସେମାନେ ବି କାହାଠାରୁ କମ୍‌ ନୁହନ୍ତି । ସେମାନେ ଦିବ୍ୟାଙ୍ଗ ହେଲେ ବି ଅନେକ ପ୍ରତିଭା ତାଙ୍କ ଠାରେ ଲୁଚି ରହିଛି । ତେବେ ଏହି ପ୍ରତିଭାର ବିକାଶ ପାଇଁ ମଞ୍ଚ ଦରକାର, ପ୍ରୋତ୍ସାହନ ଦରକାର । ଏହି ଲକ୍ଷ୍ୟ ନେଇ ଭୁବନେଶ୍ୱର ଶାନ୍ତିଧାମ ଫାଉଣ୍ଡେସନ୍‌ ଦ୍ୱାରା ଆୟୋଜିତ ହେବାକୁ ଯାଉଛି ‘ଝୁମ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ।
ଆସନ୍ତା ନଭେମ୍ବର ୧୩ ତାରିଖରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ନୃତ୍ୟ, ଗୀତ, ସ୍ପିଡ୍‌ ପେଣ୍ଟିଂ, ଅଭିନୟ, ମିମିକ୍ରି, ଆଙ୍କରିଙ୍ଗ ଏବଂ ଅନ୍ୟାନ୍ୟ ପ୍ରତିଭାର ପ୍ରଦର୍ଶନ କରିବେ । ବିଭିନ୍ନ ସ୍ଥାନରୁ ୧୨୮୦ ଜଣ ଏଥିରେ ଭାଗ ନେବାକୁ ପଞ୍ଜୀକରଣ କରିଛନ୍ତି । କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ଗତ ୨ ତାରିଖ ଦିନ  ପ୍ରତିଷ୍ଠାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.