ଯାଜପୁରର କ୍ଷେତ୍ରଶ୍ୱରୀ ମା ବିରଜାଙ୍କ ଝୁଳଣ ଯାତ୍ରା ଅନୁଷ୍ଠିତ: ଜ୍ଯୋତିଷଙ୍କ ଦ୍ୱାରା କରାଗଲା ନୂତନ ବିରଜା ପଞ୍ଜିକା ପାଠ

ଯାଜପୁର ଟାଉନ(କେନ୍ୟୁଜ୍): ପବିତ୍ର ଦୋଳ ପୂର୍ଣ୍ଣମି ଅବସରରେ ଯାଜପୁରର କ୍ଷେତ୍ରଶ୍ୱରୀ ମା ବିରଜାଙ୍କ ଝୁଳଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଙ୍କ ନିକଟରେ  ସେବକ ଜ୍ଯୋତିଷଙ୍କ ଦ୍ୱାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି । ସ୍ବତନ୍ତ୍ର  ପୂଜାର୍ଚ୍ଚନା ସହିତ ଦୋଳ ମଣ୍ଡପରେ ମାଙ୍କ ବିଜେ ପ୍ରତିମାକୁ ପାରମ୍ପାରିକ ରିତିନୀତି ନିୟମ ଅନୁସାରେ ଅଣାଯାଇଥିଲା । ସେଠାରେ ମାଙ୍କ ବରିଷ୍ଠ ପୁରୋଧା ଜ୍ଞାନ ରଂଜନ ପତିଙ୍କ ତତ୍ୱାବଧାନରେ ପୂଜକ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ସହିତ ସେବକ ଜ୍ଯୋତିଷ ନୂତନ ପଞ୍ଜିକା ପାଢିଥିଲେ ।

jajpur biraja

ପୁରାତନ ଭାଷ୍ବତି ଗଣନା ଅନୁଯାୟୀ ୧୨ ରାଶିର ଗ୍ରହ, ନକ୍ଷେତ୍ର ଚଳନ ଓ ଦେଶର ଭବିଷ୍ଯତ ବାଣୀ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି ପଞ୍ଜିକା ଜନସାଧାରଣଙ୍କ ପାଇଁ ପଣାସଂଙ୍କ୍ରନ୍ତି ତଥା ଓଡିଆ ନବବର୍ଷ ଏପ୍ରିଲ ୧୪ରେ ଉତ୍ସର୍ଗ କରାଯାଇଥାଏ । ଏହି ବିରଜା ପଞ୍ଜିକା ବିରଜା ମଣ୍ଡଳି ବ୍ଯତିତ ଭଦ୍ରକ, କେନ୍ଦ୍ରପଡା, କେନ୍ଦୁଝର ଜିଲ୍ଲାମାନଙ୍କରେ ମଧ୍ୟ ପ୍ରଚଳିତ ହୋଇଥାଏ । ଏହି ପଞ୍ଜିକାରେ ମାଙ୍କ ବର୍ଷକର ରିତିନୀତି ପୂଜାର୍ଚ୍ଚନାର ସମୟ ର୍ନିଘଣ୍ଟ କରାଯାଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.