ଦିନରେ ବଢୁଛି ତାତିର ତେଜ: ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଟିଟିଲାଗଡ଼, ୩୮ ଡିଗ୍ରୀ ଉପରେ ରହିଛି ୮ଟି ସହର

କେନ୍ୟୁଜ୍(ବ୍ୟୁରୋ): ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ୪୧.୪ ଡିଗ୍ରୀ ସେଲସିୟସ ସହ ଟିଟିଲାଗଡ଼ ପାଲଟିଛି ତତଲାଗଡ଼। ବଲାଙ୍ଗିରର ତାପମାତ୍ର ରହିଛି ୪୧ଡିଗ୍ରୀ। ବୌଦ୍ଧର ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ ହୋଇଛି। ୩୮ ଡିଗ୍ରୀ ଉପରେ ରହିଛି ୮ଟି ସହରରେ ତାପମାତ୍ରା। ଅନୁଗୁଳ, ବାରିପଦା, ଝାରସୁଗୁଡ଼ା, ସମ୍ବଲପୁର, ଭବାନୀପାଟଣା, ସୋନପୁର, ନୟାଗଡ଼ ଓ ଭଦ୍ରକରେ ଅସହ୍ୟ ଖରା।

ସେପଟେ ଆଗକୁ କମିବ ଦିନର ତାପମାତ୍ରା। ୨ରୁ ୩ ଡିଗ୍ରୀ ସେଲସିୟସ ତଳକୁ ଖସିବ ତାପମାତ୍ରା। ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କମିବ । ତେଣୁ ପ୍ରବଳ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ରାଜ୍ୟକୁ ବଙ୍ଗୋପସାଗରରୁ ଜଳୀୟବାଷ୍ପ ପୂର୍ଣ୍ଣ ଶୀତଳ ବାୟୁ ପ୍ରବେଶ ବୃଦ୍ଧି ପାଇଛି। କିଛି ଅଞ୍ଚଳରେ ଜଳୀୟବାଷ୍ଣ ପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିଲେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୧ ଓ ୨୨ ତାରିଖରେ କିଛି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.