Below header

ଏମିତି ଗୁମ୍ଫା କେବେ ଦେଖିଛନ୍ତି କି? ଯାହାର ଛାତରେ ଛୁଲୁଥିବା ପଥରଗୁଡିକ ଚାନ୍ଦିର ଝୁମର ସଦୃଶ

ମାଲକାନଗିରି: ଝୁମର ଗୁମ୍ଫା । ପାହାଡର ଗର୍ଭରେ ହୋଇଛି ଏହି ନୂତନ ଗୁମ୍ଫାର ଆବିଷ୍କାର । କାଙ୍ଗେର ଉପତ୍ୟକା ଜାତୀୟ ଉଦ୍ୟାନ ଏବଂ ଦରଭା ବନ ପରିସର ସୀମାରେ ଥିବା ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏହି ଝୁମର ଗୁମ୍ଫା । ଏହି ଗୁମ୍ଫାର ଲମ୍ବ ପ୍ରାୟ ୧୮୦ ମିଟର । ଲକ୍ଷ ଲକ୍ଷ ବର୍ଷ ଧରି ଗଠିତ ଷ୍ଟାଲାଗମାଇଟ୍‌ ଏବଂ ଷ୍ଟାଲାଗମାଇଟ୍‌ ପଥରଗୁଡିକ ଏଠାରେ ପ୍ରଚୁର ପରିମାଣରେ ଉପସ୍ଥିତ ରହିଛି।

। ଗୁମ୍ଫାର ଛାତରେ ଝୁଲୁଥିବା ଏହି ପଥର ଗୁଡ଼ିକ ରାଜ ପ୍ରାସାଦର ସୁନ୍ଦର ଚାନ୍ଦିର ସଦୃଶ । ତେଣୁ ଏହା ଝୁମର ଗୁମ୍ଫା ନାମରେ ନାମିତ କରାଯାଇଛି । ଏହି ଗୁମ୍ଫାକୁ ଆବିଷ୍କାର କରିଥିବା ଦାଣ୍ଡକ ଦଳ କେବଳ ଏହି ସୁନ୍ଦର ଚାନ୍ଦିର ଗୁମ୍ଫାର ଆବିଷ୍କାର କରି ମଞ୍ଜିପାଲ ଏବଂ ପେଦାୱାଡା ଗ୍ରାମବାସୀଙ୍କ ସାହାର୍ଯ୍ୟ ଏବଂ ମାର୍ଗଦର୍ଶନରେ ଉପରେ ଏକ ସଂକ୍ଷିପ୍ତ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରି ଗୁମ୍ଫାର ରହସ୍ୟ ପଦାକୁ ଆଣିଛନ୍ତି ।

gumpha malkangiriଦଣ୍ଡକ ଦଳ କହିଛନ୍ତି ଯେ ଗୁମ୍ଫା ଆଖପାଖ ଗାଁର ଲୋକମାନେ ଏହାକୁ ଭକ୍ତିର ସ୍ଥାନ ଭାବରେ ଗ୍ରହଣ କରନ୍ତି ଏବଂ ଏହାକୁ କଡା ସୁରକ୍ଷା ଦିଅନ୍ତି। ଗୁମ୍ଫା ମଧ୍ୟରେ ହାଇଡ୍ରୋଫାଇଲକ୍ସ ମାଲାବାରିକସ୍‌ ବେଙ୍ଗ, କ୍ୟାମ୍ପିଓଲା ଶଙ୍କରାଇ ପ୍ରଜାତିର ପୋକ, ଗୁମ୍ଫା ସାପ, ବ୍ୟାାଟ୍ସ ଇତ୍ୟାଦି ବିଭିନ୍ନ ଜୀବମାନେ ବାସ କରନ୍ତି । ସତରେ ଏହି ଝୁମର ଗୁମ୍ଫା ଦେଖିବାକୁ ଯେତେ ସୁନ୍ଦର ସେତେ ଆକର୍ଷଣୀୟ । ଏହି ଗୁମ୍ଫାର ଉନ୍ନତି କରଣ ସହ ପ୍ରଚାର ପ୍ରସାର ନିହାତୀ ହେବା ଆବଶ୍ଯକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.