Below header

ଯାଜପୁର: ଭାରସାମ୍ୟ ହରାଇ ଟ୍ରକ ପଛପଟେ ଧକ୍କା ଦେଲା ସ୍କୁଟି, ଜଣେ ଛାତ୍ରୀ ମୃତ, ଅନ୍ୟଜଣେ ଗୁରୁତର

ଯାଜପୁର(କେନ୍ୟୁଜ୍): ଭାରସାମ୍ୟ ହରାଇ ଟ୍ରକ ପଛ ପଟେ ଧକ୍କା ଦେଲା ସ୍କୁଟି । ଫଳରେ ଘଟଣାସ୍ଥଳରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର । ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ରଥିଆ ଛକ ନିକଟରେ । ମୃତ ଛାତ୍ରୀ ଜଣକ ନିକଟସ୍ଥ ନେଉଳପୁର ଗ୍ରାମର ସନ୍ତୋଷ ବେହେରାଙ୍କ ଝିଅ ଶ୍ୱେତା ବେହେରା ।

ଗୁରୁତର ଆହତ ଛାତ୍ରୀ ହେଲ ମୃତା ଶ୍ୱେତାଙ୍କ ବଡଭଉଣୀ ସଙ୍ଗୀତା ବେହେରା । ଉଭୟ ଆଜି ସକାଳୁ ସ୍କୁଟି ଯୋଗେ ଜାରକା ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାଜପଥ ପାଶ୍ୱର୍ରେ ଛିଡା ହୋଇଥିବା ଏକ ଟ୍ରକ ପଛପଟେ ପିଟି ହୋଇଥିଲେ । ଖବର ପାଇ ଧର୍ମଶାଳା ପୋଲିସ ମୃତଦେହକୁ ଜବତ କରିବା ସହ ଆହତଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରି ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.