Below header

ଦେଶରେ ଗତ ୨୪ ଘଣ୍ଟାରେ ୪୫,୬୭୪ ନୂଆ ମାମଲା ଚିହ୍ନଟ, ୫୫୯ ମୃତ

ନୂଆଦିଲ୍ଲୀ: କରୋନା ଭାଇରସ ଦୈନିକ ସଂକ୍ରମିତ ସଂଖ୍ୟାରେ ପୁଣି ଥରେ ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ଶନିବାର ୫୦ ହଜାର ୩୫୭ କୋଭିଡ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ୪୫,୬୭୪ ନୂଆ ମାମଲା ଚିହ୍ନଟ ହୋଇଛି । ସେପଟେ ମୃତକ ସଂଖ୍ୟାରେ ବି ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ଶନିବାର ୫୭୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ୫୫୯ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଦାୟର ହୋଇଛି । ଯେବେକି କରୋନା ଭାଇରସରୁ ସୁସ୍ଥ ହୋଇଥିବା ସଂଖ୍ୟା ବୃଦ୍ଧି ପାଇ ୭୮ ଲକ୍ଷକୁ ବୃଦ୍ଧି ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଏଯାବତ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇ ୮୫
ଲକ୍ଷ ୭ ହଜାର ୭୫୪ରେ ପହଂଚିଛି । ମୋଟ ରୂପରେ ଯଦି ଦେଖାଯାଏ ତେବେ ସୁସ୍ଥ ସଂଖ୍ୟା ୭୮ ଲକ୍ଷ ୬୮ ହଜାର ୯୬୮ରେ ପହଂଚିଛି । ଗତ ୨୪ ଘଣ୍ଟା ଭିତରେ ୪୯ ହଜାର ୮୨ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ଏବେ ବି ଦେଶରେ ସକ୍ରିୟ ମାମଲା ୬ ଲକ୍ଷ ଭିତରେ ରହିଥିବା ଜଣାଯାଇଛି । ସଂଖ୍ୟା ଅନୁସାରେ ଦେଖିଲେ ୫ ଲକ୍ଷ ୧୨ ହଜାର ୬୬୫ ରହିଛି ସକ୍ରିୟ ସଂଖ୍ୟା । ଗୋଟିଏ ଦିନ ଭିତରେ ୩
ହଜାର ୯୬୭ ସକ୍ରିୟ ସଂଖ୍ୟା କମିଛି । ଏପର୍ଯ୍ୟନ୍ତ ଦେଶରେ ୧ ଲକ୍ଷ ୨୬ ହଜାର ୧୨୧ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.