ସୋସିଆଲ ମିଡିଆରେ ଭାଇରାଲ ହେଉଛି ଗୁଣ୍ଡାଙ୍କ ରେଟ୍‌ ଚାର୍ଟ ଲିଷ୍ଟ, ଧମକ-ପିଟିବା-ମର୍ଡର ପାଇଁ ରହିଛି ଅଲଗା ଅଲଗା ଦାମ୍‌

ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ। ଏବେ ଯିଏ କେଉଁ କାମରେ ନିପୁଣ ସୋସିଆଲ ମିଡିଆରେ ତାହା ସେୟାର କରୁଛନ୍ତି। ଏହି କଥାକୁ ଜଣେ ଗୁଣ୍ଡା ବି ସିରିୟସଲି ନେଇଯାଇଥିବା ଦେଖିବାକୁ ମିଳିଛି। ଗୁଣ୍ଡା ଜଣକ ନିଜ କଳା କାରନାମାର ରେଟ୍‌ ଚାର୍ଟ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିଛି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଗୁଣ୍ଡା ନିଜ ପୋଷ୍ଟରେ ନିଜ ସର୍ଭିସର ପ୍ରାଇସ୍‌ ଲିଷ୍ଟ ଲେଖିଛି।

murder

ଦେଖନ୍ତୁ କେଉଁ କାମ ପାଇଁ କେତେ ଟଙ୍କା ରହିଛି:

ଧମକ ଦେବାକୁ ୧୦୦୦ ଟଙ୍କା
ପିଟିବାକୁ ୫୦୦୦ ଟଙ୍କା
ଗୁରୁତର କରିବାକୁ ୧୦,୦୦୦ ଟଙ୍କା
ହତ୍ୟା କରିବାକୁ ୫୫,୦୦୦ ଟଙ୍କା

crime2

ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ଉତ୍ତର ପ୍ରଦେଶର ମୁଜଫର ନଗରରୁ ଅପ୍‌ଲୋଡ୍‌ କରାଯାଇଛି। ପୋଷ୍ଟରେ ଜଣେ ବ୍ୟକ୍ତିଙ୍କ ଫଟୋ ବି ରହିଛି, ଯିଏ ହାତରେ ବନ୍ଧୁକ ଧରିଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ବ୍ୟକ୍ତି ଜଣକ ପୋଷ୍ଟରେ ନିଜ ମୋବାଇଲ ନମ୍ବର ବି ଲେଖିଛନ୍ତି। ଏହି ପୋଷ୍ଟ ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପରେ ଜାଣିବାକୁ ପାଇଛି ଯେ ଏହି ଯୁବକ ଜଣେ ଯବାନଙ୍କ ପୁଅ ଓ ଏବେ ସେ ଫେରାର ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.