Below header

କନ୍ଧମାଳରେ ଆୟୋଜିତ ହେଉଛି ମେଗା ନିଯୁକ୍ତି ମେଳା, ବେକାର ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ ପାଇଁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ

କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳ ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ସହ ରୋଜଗାରକ୍ଷମ ପାଇଁ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ । ଜିଲ୍ଲାରେ ଆୟୋଜିତ ହୋଇଛି ମେଗା ନିଯୁକ୍ତି ମେଳା । ଦକ୍ଷତା ବିକାଶ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମେଳାକୁ ଉଦ୍‌ଘାଟନ କରିଛନ୍ତି। ସମଗ୍ର କନ୍ଧମାଳ ସଂସଦୀୟ କ୍ଷେତ୍ରରେ ବେକାରୀ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ସହାୟତାରେ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି । ଫୁଲବାଣୀ କରୋନେସନ ପଡିଆରେ ଆୟୋଜିତ ହୋଇଛି ଏହି ମେଳା । ୭୨ରୁ ଅଧିକ ପ୍ରତିଷ୍ଠିତ କମ୍ପାନୀ ଯୋଗ ଦେଇ ବିିଭିନ୍ନ ବର୍ଗରେ ନିଯୁକ୍ତି ପ୍ରଦାନ କରିବେ । ଡକ୍ଟର ସାମନ୍ତ କହିଛନ୍ତି ଓଡ଼ିଶାର ଯୁବଗୋଷ୍ଠୀ, ବିଶେଷ କରି ଜନଜାତିର ଯୁବକ ଯୁବତୀଙ୍କ ମଧ୍ୟରେ ଭରପୁର ସାମର୍ଥ୍ୟ ରହିଛି । ଉପଯୁକ୍ତ ସୁଯୋଗ ମିଳିଲେ କନ୍ଧମାଳ ସଂସଦୀୟ କ୍ଷେତ୍ରର ଯୁବ ସମାଜ ନିଜ ଦକ୍ଷତର ପ୍ରତିପାଦନ କରିପାରିବେ । ପ୍ରତି ବ୍ଲକରେ ଯୁବକ ଯୁବତୀ ଏଥିରେ ସାମିଲ ହେବା ସହ ଏଭଳି ପଦକ୍ଷେପ ପାଇଁ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ନିଯୁକ୍ତି ମେଳାରେ ସାଂସଦ ଓ ବିଧାୟକ ଉପସ୍ଥିତ ଅଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.