Below header

କନ୍ଧମାଳ ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ ପାଇଁ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ, ଚଳିତା ବର୍ଷ ଆରମ୍ଭ ହୋଇଛି ନିଯୁକ୍ତି ମେଳା

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ସହ ରୋଜଗାରକ୍ଷମ ପାଇଁ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ । ଚଳିତ ବର୍ଷ ଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି ନିଯୁକ୍ତି ମେଳା । ସମଗ୍ର କନ୍ଧମାଳ ସଂସଦୀୟ କ୍ଷେତ୍ରରେ ବେକାରୀ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ସହାୟତାରେ ନିଯୁକ୍ତି ମେଳାର ଆୟୋଜନ କରାଯିବ । ଆସନ୍ତା ୯ ତାରିଖରେ ଫୁଲବାଣୀ କରୋନେସନ ପଡିଆରେ ଆୟୋଜିତ ଏହି ମେଳାରେ ୬୦ରୁ ଅଧିକ ପ୍ରତିଷ୍ଠିତ କମ୍ପାନୀ ଯୋଗ ଦେଇ ବିିଭିନ୍ନ ବର୍ଗରେ ନିଯୁକ୍ତି ପ୍ରଦାନ କରିବେ । ଅଷ୍ଟମ ଶ୍ରେଣୀରୁ ଆରମ୍ଭ କରି ସ୍ୱାତକୋତ୍ତର ପାଇଁ ସମସ୍ତେ ଏହାର ସୁଯୋଗ ନେଇପାରିବେ । ଡକ୍ଟର ସାମନ୍ତ କରିଛନ୍ତି ଓଡ଼ିଶାର ଯୁବଗୋଷ୍ଠୀ, ବିଶେଷ କରି ଜନଜାତିର ଯୁବକ ଯୁବତୀଙ୍କ ମଧ୍ୟରେ ଭୁରପୁର ସାମର୍ଥ ରହିଛି । ଉପଯୁକ୍ତ ସୁଯୋଗ ମିଳିଲେ କନ୍ଧମାଳ ସଂସଦୀୟ କ୍ଷେତ୍ରର ଯୁବ ସମାଜ ନିଜ ଦକ୍ଷତର ପ୍ରତିପାଦନ କରିପାରିବେ । ଆସନ୍ତା ୯ତାରିଖ ମେଗା ନିଯୁକ୍ତି ମେଳା ନେଇ ସମସ୍ତ ବ୍ଲକରେ ଆବେଦନ ସହ ଆବେଦନ ଯାଞ୍ଚ ଶେଷ ହୋଇଛି । ପ୍ରତି ବ୍ଲକରେ ଯୁବକ ଯୁବତୀ ଏଥିରେ ସାମିଲ ହେବା ସହ ଏଭଳି ପଦକ୍ଷେପ ପାଇଁ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.