ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି କୁମ୍ଭୀର ଗଣନା, ଗତବର୍ଷ ତୁଳନାରେ ୧୫ଟି କୁମ୍ଭୀର ବଢି ୧୭୫୭ରେ ପହଞ୍ଚିଛି ସଂଖ୍ୟା

ରାଜନଗର(କେନ୍ୟୁଜ୍): ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି କୁମ୍ଭୀର ଗଣନା । ଗତବର୍ଷ ତୁଳନାରେ ୧୫ଟି କୁମ୍ଭୀର ବଢି ୧୭୫୭ରେ ସଂଖ୍ୟା ପହଞ୍ଚିଛି । କୁମ୍ଭୀର ବିଶାରଦ ସୁଧାକର କରଙ୍କ ନେତୃତ୍ୱରେ କରାଯାଇଥିଲା । ୫୪ଟି ପର୍ଯ୍ୟାୟରେ ୨୩ଟି ଟିମ୍‌ଙ୍କ ଦ୍ୱାରା କୁମ୍ବୀର ଗଣନା କରାଯାଇଥିଲା । ମୋଟ୍‌ ୪ଟି ରେଞ୍ଜରେ କୁମ୍ଭୀର ଗଣନା କରାଯାଇଥିବା ବେଳେ ସର୍ବାଧିକ କନିକା ରେଞ୍ଜରେ ୧୩୮୫, ରାଜନଗରରେ ୨୬୦, ମହାକାଳପଡ଼ାରେ ୭୫, ଗହିରମଥାରେ ୩୭ଟି କୁମ୍ଭୀର ଗଣନା କରାଯାଇଛି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.