କିଟ୍‌ ବିଶ୍ୱବିଦ୍ୟାଳୟରେ ପରିସରରେ ଅନୁଷ୍ଠିତ ହେଲା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିନିକିଆ ଦକ୍ଷତା ବିକାଶ ଟ୍ରେନିଂ

ଭୁବନେଶ୍ବର(କେନ୍ୟୁଜ୍): କିଟ୍‌ ବିଶ୍ୱବିଦ୍ୟାଳୟରେ ପରିସରରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିନିକିଆ ଦକ୍ଷତା ବିକାଶ ଟ୍ରେନିଂ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତିର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କଲେଜର ୧୨୦୦ରୁ ଅଧିକ ପ୍ରନ୍ସିପାଲ ଓ ବରିଷ୍ଠ ଶିକ୍ଷକ ଯୋଗ ଦେଇଥିଲେ । ମନଇଛା ଛୁଟି ନେଇପାରିବେ ନାହିଁ ଅଧ୍ୟାପକ ଓ ଅଧ୍ୟାପିକା । ଛୁଟି ନେବା ଆଗରୁ କଲେଜ ପ୍ରିନ୍ସିପାଲଙ୍କ ନିକଟରେ ଆବେଦନ କରିବାକୁ ପଡିବ । ସେହିଭଳି ୭୫ ପ୍ରତିଶତ ଉପସ୍ଥାନ ନଥିଲେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହେବେ । ଏହା ଉପରେ ମଧ୍ୟ କର୍ମଶାଳାରେ ଆଲୋଚନା କରାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସହୁ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଛନ୍ତି ସମୟାନୁବର୍ତ୍ତିତା ହେଉଛି ବିଭାଗର ବଡ ଉପଲବ୍ଧି । ଉଚ୍ଚଶିକ୍ଷା ବିଭାଗର େଓ୍ଵବସାଇଟକୁ ଆଧିକ କ୍ରିୟାଶିଳ କରାଯିବ । ଏଥିରେ ବିଭାଗ ସଂପର୍କିତ ସମସ୍ତ ତଥ୍ୟ ସ୍ଥାନିତ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.