Below header

ଘରେ ନପଶୁଣୁ ମୁଣ୍ଡରେ ଚାଳ, ମହରାଷ୍ଟ୍ର କ୍ୟାବିନେଟ୍‌ ସଂପ୍ରସାରଣ ପରେ ଶିବସେନା ନେତା ଅବଦୁଲ ସତାର ଦେଲେ ମନ୍ତ୍ରୀପଦରୁ ଇସ୍ତଫା

କେନ୍ୟୁଜ୍(ବ୍ୟୁରୋ): ଘରେ ନପଶୁଣୁ ମୁଣ୍ଡରେ ଚାଳ। ମହରାଷ୍ଟ୍ର କ୍ୟାବିନେଟ୍‌ ସଂପ୍ରସାରଣ ପରେ ଆରମ୍ଭ ହୋଇ ଯାଇଛି ପାଲା। ମନ୍ତ୍ରିମଣଣ୍ଡଳକୁ ନେଇ ତିନି ଭାଗୁଆଳି ଶିବସେନା, କଂଗ୍ରେସ ଓ ଏନସିପିରେ ଅସନ୍ତୋଷ। ଯାହାକୁ ନେଇ ସମସ୍ୟାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଶିବସେନା ନେତା ଅବଦୁଲ ସତାର ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିନଥିବାରୁ ସେ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଛି। ସେ ଖୁବ୍‌ ଶୀଘ୍ର ଇସ୍ତଫା ସଂପର୍କରେ ମୁହଁ ଖୋଲିବେ ବୋଲି ତାଙ୍କ ପୁଅ କହିଛନ୍ତି। ତେବେ ତାଙ୍କ ଇସ୍ତଫା ଗ୍ରହଣ କରାଯାଇ ନଥିବା ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେ କହିଛନ୍ତି। ତାଙ୍କୁ ମନେଇବାକୁ ଉଦ୍ୟମ ହେଉଛି। ମହରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ଶିବସେନାରେ ଯୋଗ ଦେଇଥିଲେ ଅବଦୁଲ ସତାର। ତିନି ଦଳରେ ମନ୍ତ୍ରିମଣ୍ଡଳକୁ ନେଇ ଅସନ୍ତୋଷ ରହିଛି। ପାହ୍ୟା, ବିଭାଗକୁ ନେଇ ଅସନ୍ତୋଷ ଥିବା ବେଳେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ନଥିବା କିଛି ବିଧାୟକ ଅସନ୍ତୁଷ୍ଟ ଅଛନ୍ତି। କଂଗ୍ରେସ ବିଧାୟକ କୈଳାସ ଗୋରନ୍ତିଆଲ ମଧ୍ୟ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.