Below header

ସାମ୍ବାଦିକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କୁ ଖଣ୍ଡାଚୋଟ, ଲୁଟ ସନ୍ଦେହ

ସାମ୍ବାଦିକଙ୍କୁ ଆକ୍ରମଣ । ଜ୍ୟୋତି ରଞ୍ଜନ ମହାପାତ୍ରଙ୍କୁ ଗତକାଲି ରାତିରେ ଖଣ୍ଡାଚୋଟ ହୋଇଛି । ମଞ୍ଚେଶ୍ୱର ଥାନା ଗାଡ଼କଣ ନିକଟ ଡ଼ମ୍ପିୱାର୍ଡ଼ ଦେଇ ଫେରୁଥିବା ବେଳେ ୨ ଟି ଗାଡ଼ିରେ ୪ ଦୁର୍ବୃତ୍ତ ଆସି ଖଣ୍ଡାରେ ତାଙ୍କୁ ହାଣିଛନ୍ତି । ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି ।

ଭୁବନେଶ୍ୱର (କେନ୍ୟୁଜ): ସାମ୍ବାଦିକଙ୍କୁ ଆକ୍ରମଣ । ଜ୍ୟୋତି ରଞ୍ଜନ ମହାପାତ୍ରଙ୍କୁ ଗତକାଲି ରାତିରେ ଖଣ୍ଡାଚୋଟ ହୋଇଛି । ମଞ୍ଚେଶ୍ୱର ଥାନା ଗାଡ଼କଣ ନିକଟ ଡ଼ମ୍ପିୱାର୍ଡ଼ ଦେଇ ଫେରୁଥିବା ବେଳେ ୨ ଟି ଗାଡ଼ିରେ ୪ ଦୁର୍ବୃତ୍ତ ଆସି ଖଣ୍ଡାରେ ତାଙ୍କୁ ହାଣିଛନ୍ତି । ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି । ଆହତ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏନେଇ ଜ୍ୟୋତି ରଞ୍ଜନ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ସେପଟେ ଲୁଟ ଉଦ୍ଦେଶ୍ୟରେ କେହି ଏଭଳି କରିଥିବା ସନ୍ଦେହ କରୁଛି ପୋଲିସ । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ସୂଚନା ଦେଇଛି ପୋଲିସ। ତେବେ ଏହି ଘଟଣା ପରେ ସାମ୍ବାଦିକଙ୍କ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ କେଉଁଥିପାଇଁ ସେମାନେ ଏଭଳି ଆକ୍ରମଣ କରିଛନ୍ତି ସେନେଇ କିଛି ଜାଣିନଥିବା କହିଛନ୍ତି ଜ୍ୟୋତିରଞ୍ଜନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.