ଆଜି Promise day : ପ୍ରତିଶ୍ରୁତି ଦେଇ ଭାଙ୍ଗନ୍ତୁ ନାହିଁ, ଶେଷ ପର୍ଯ୍ୟନ୍ତ ତାକୁ ପାଳନ କରନ୍ତୁ

ଏକ ସୁନ୍ଦର ଓ ମଜଭୁତ ସମ୍ପର୍କର ଆଧାର ହେଉଛି ପ୍ରତିଶ୍ରୁତି । ଏଣୁ ପ୍ରମିଜ୍ ଡେ ଅବସରରେ ସବୁ ପ୍ରେମୀଯୁଗଳ ପରସ୍ପରକୁ ସବୁ ସୁଖ, ଦୁଃଖ, ହସକାନ୍ଦ, ଭଲମନ୍ଦରେ ଏକାଠି ରହିବା ପାଇଁ ହାତରେ ହାତ ଛନ୍ଦି ପ୍ରତିଶ୍ରୁତି ଦେଇଥାନ୍ତି ।

ପ୍ରତିବର୍ଷ ଫେବୃଆରୀ ୭ରୁ ଫେବୃଆରୀ ୧୪ ପର୍ଯ୍ୟନ୍ତ ପ୍ରେମ ସପ୍ତାହ ଆଜିକାଲିର ଯୁବପିଢି ପାଳନ କରୁଛନ୍ତି । ପ୍ରେମ ସପ୍ତାହ ଆରମ୍ଭ ହୋଇଥିବା ବେଳେଆଜି ପ୍ରେମ ସପ୍ତାହର ପଞ୍ଚମ ଦିନ ଅର୍ଥାତ୍ ପ୍ରମିଜ ଡେ ବା ପ୍ରତିଜ୍ଞା ଦିବସ । ପ୍ରଥମ ଦିନ ରୋଜ ଡେ, ଦ୍ୱିତୀୟ ଦି ପ୍ରପୋଜ ଡେ ଆଉ ତୃତୀୟ ଦିନ ଚକୋଲେଟ୍ ଡେ’ ଓ ଟେଡି ବିୟର ଡେ’ ପର ଦିନ ପ୍ରମିଜ ଡେ । ଫେବୃଆରୀ ମାସ ୧୧ ତାରିଖରେ ସବୁ ପ୍ରେମିକ ପ୍ରେମିକା ପରସ୍ପରକୁ ସାରା ଜୀବନ ଏକାଠି ରହିବାକୁ ପ୍ରତିଶ୍ରୁତି ଦେଇ ପ୍ରମିଜ୍ ଡେ ଭାବେ ପାଳନ କରାଯାଏ ।

ଏହିଦିନ ଜଣେ ଜଣଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଭଲପାଇବା, ବିଶ୍ୱାସ ନେଇ ଆଗକୁ ବଢ଼ିବାର ବଜ୍ର ଶପଥ ନେଇଥାନ୍ତି । ଏହା ଦ୍ୱାରା ପ୍ରେମ ସମ୍ପର୍କ ଆହୁରି ମଜଭୁତ ହୁଏ । ଏକ ସୁନ୍ଦର ଓ ମଜଭୁତ ସମ୍ପର୍କର ଆଧାର ହେଉଛି ପ୍ରତିଶ୍ରୁତି । ଏଣୁ ପ୍ରମିଜ୍ ଡେ ଅବସରରେ ସବୁ ପ୍ରେମୀଯୁଗଳ ପରସ୍ପରକୁ ସବୁ ସୁଖ, ଦୁଃଖ, ହସକାନ୍ଦ, ଭଲମନ୍ଦରେ ଏକାଠି ରହିବା ପାଇଁ ହାତରେ ହାତ ଛନ୍ଦି ପ୍ରତିଶ୍ରୁତି ଦେଇଥାନ୍ତି । ପ୍ରେମରେ ପ୍ରତିଶ୍ରୁତି ଦେଇ ଏହାକୁ ସବୁଦିନ ପାଇଁ ପରସ୍ପର ପାଳନ କରିବାକୁ ନିଷ୍ପତ୍ତି ନିଅନ୍ତି । କେବେ ବି ନିଜ ଜୀବନ ସାଥିର ହାତ ନଛାଡିବା ପାଇଁ ପ୍ରତିଜ୍ଞା କରନ୍ତି ପ୍ରେମୀ ଯୁଗଳ ।

ପ୍ରତିଶ୍ରୁତି କେବଳ ଗୋଟିଏ ଶବ୍ଦ ହୋଇଥିଲେ ମଧ୍ୟ ଏହା ସହ ଅନେକ ଜିନିଷ ଆସିଥାଏ । ପରସ୍ପର ପ୍ରତି ବିଶ୍ୱାସ, ନିଷ୍ଠା, ଲୟାଲଟି ଆଦିକୁ ପ୍ରତିଜ୍ଞା ଭାବେ ପ୍ରମିଜ୍ ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଭେଟି ଦେଇଥାନ୍ତି । ଜୀବନରେ କେବେ ବି କେହି କାହା ବିଶ୍ୱାସ ଭାଙ୍ଗିବେ ନାହିଁ ବୋଲି ଏହି ଦିନ ପରସ୍ପରକୁ ପ୍ରତିଶ୍ରୁତି ଦେଇଥାନ୍ତି ।

ପ୍ରତିଜ୍ଞାକୁ କେହି କେବେ ଭାଙ୍ଗିବାକୁ ଦେଇନଥାନ୍ତି। ଯେତେବେଳେ କେହି କାହାକୁ କିଛି ପ୍ରତିଶ୍ରୁତି ଦେଇଥାନ୍ତି ଶେଷ ପର୍ଯ୍ୟନ୍ତ ସେ ତାହାକୁ ପାଳନ କରିଥାନ୍ତି । ଆପଣ କିଛି ଭୁଲ କରିବାକୁ ଯାଉଥିଲେ ଏହି ପ୍ରତିଶ୍ରୁତି ହିଁ ପୁଣିଥରେ ଆପଣଙ୍କୁ ମନେ ପକାଇ ଦିଏ ଯେ କାହାକୁ କିଛି ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.