ସାଧାରଣ ଲୋକର ସ୍ବର ହୋଇଥିବା ସାମ୍ବାଦିକ ରବିଶ୍ କୁମାର ପାଇଲେ ରମଣ ମାଗାସେସ ଆୱାର୍ଡ ୨୦୧୯

ବରିଷ୍ଠ ସାମ୍ବାଦିକ ରବିଶ କୁମାରଙ୍କୁ ମିଳିଲା ସମ୍ମାନଜନକ ରମଣ ମାଗାସେସ ଆୱାର୍ଡ ୨୦୧୯। ସାମ୍ବାଦିକତାକୁ ସାଧାରଣ ଲୋକଙ୍କ ସ୍ୱର କରାଇବାରେ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଛି। ରବିଶଙ୍କୁ ଭାରତର ସବୁଠାରୁ ପ୍ରଭାବଶାଳୀ ସାମ୍ବାଦିକ ଭାବେ ସମ୍ମାନପତ୍ରରେ ଉଲ୍ଲେଖ କରାଯାଇଛି। ଏନଡିଟିଭିରେ କାର୍ଯ୍ୟରତ ୪୪ବର୍ଷିୟ ରବିଶ କୁମାର ପ୍ରାଇମ ଟାଇମ ସୋରେ ସାଧାରଣ ଲୋକଙ୍କ ସମସ୍ୟାକୁ ଉପସ୍ଥାପନ କରିଥାନ୍ତି। ଚଳିତବର୍ଷ ରବିଶଙ୍କ ସହ ପାଞ୍ଚଜଣଙ୍କୁ ରମଣ ମାଗାସେସ ଆୱାର୍ଡରେ ସମ୍ମାନିତ କରାଯାଇଛି। ଅନ୍ୟ ଚାରିଜଣ ହେଲେ ମିଆଁମାରର କୋ ସ୍ୱି ୱିନ, ଥାଇଲଣ୍ଡର ଅଙ୍ଗଖାନା ନିଲାପାଇଜିତ୍‌, ଫିଲିଫାଇନ୍‌ସର ରାୟମୁଣ୍ଡୋ ପୁଜାନ୍ତେ କାୟାବାବ ଏବଂ ଦକ୍ଷିଣ କୋରିଆର କିମ ଜଙ୍ଗ କି ।

Leave A Reply

Your email address will not be published.