କ’ଣ ଆପଣ ‘କଲ୍‌ ଡ୍ରପ୍‌’ ସମସ୍ୟାକୁ ନେଇ ଚିନ୍ତିତ କି? ତା’ହେଲେ ସରକାରଙ୍କୁ ଅନଲାଇନ୍‌ ଦ୍ୱାରା ଏହିପରି ଜଣାନ୍ତୁ ସମସ୍ୟା

ଯଦି ଆପଣ ମୋବାଇଲ ଫୋନ୍‌ ବ୍ୟବହାର କରୁଛନ୍ତି, ତା’ହେଲେ ଆପଣଙ୍କୁ ଅନେକ ସମୟରେ କଲ୍‌ ଡ୍ରପ୍‌ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବ। ଭାରତରେ ନେଟଓ୍ଵାର୍କ କଭରେଜ୍‌ ସମସ୍ୟା ଅତି ସାଧାରଣ କଥା। ଦେଖାଯାଏ, ଦିନରେ ଅତି କମରେ ଦୁଇଥର ଲୋକଙ୍କର କଲ୍‌ ଡ୍ରପ୍‌ ସମସ୍ୟା ହୋଇଥାଏ। ଏମିତିରେ ଆପଣ ଏହାକୁ ଅଣଦେଖା କରି ଆଗକୁ ବଢ଼ିଥାଆନ୍ତି। କିନ୍ତୁ କେବେ ରିପୋର୍ଟ କରିବା ବିଷୟରେ ଭାବନ୍ତି ନାହିଁ। ତେଣୁ ଆପଣଙ୍କୁ କହି ରଖୁଛୁ, TRAI ବା ଟେଲିକମ୍‌ ରେଗୁଲେଟୋରି ଅଥରିଟୀ ଅଫ୍‌ ଇଣ୍ଡିଆର ଢେର୍‌ ଆପ୍‌ ରହିଛି, ଯେଉଁଠାରୁ ଆପଣ ବିଭିନ୍ନ ସମସ୍ୟା ସମ୍ପର୍କରେ ରିପୋର୍ଟ କରିପାରିବେ। ଏହି ସମସ୍ୟାଗୁଡ଼ିକ କଲ୍ସ, କେବୁଲ୍‌ ଅଥବା ଟିଭି, କୌଣସି ବି ହୋଇପାରିବ। ତେବେ କଲ୍‌ ଡ୍ରାପ୍‌ ସମସ୍ୟାକୁ ରିପୋର୍ଟ କରିବା ପାଇଁ TRAI ର ମାଇଁ କଲ୍‌ ଆପ୍‌ ଉପଲବ୍ଧ ଅଛି।

call drop

TRAI MyCall ଆପ୍‌ ହେଉଛି କ୍ରସ୍‌ ସୋର୍ସ କଲ୍‌ କ୍ୱାଲିଟି ମନିଟରିଙ୍ଗ୍‌ ଆପ୍‌। ଏହା ଜରିଆରେ ୟୁଜର୍ସ ରିୟଲ୍‌ ଟାଇମରେ ସିଧାସଲଖ ଟ୍ରାଇକୁ ନିଜ ଭଏସ୍‌ କଲ୍‌ କ୍ୱାଲିଟି ପାଇଁ ରିପୋର୍ଟ କରିପାରିବେ। ଏହି ଆପ୍‌ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌, ଏହି ଦୁଇ ପ୍ଲାଟଫର୍ମରେ ଉପଲବ୍ଧ ଅଛି। ଏହାସହିତ ଏହି ଆପ୍‌ ଟ୍ରାନ୍ସପରେଣ୍ଟ TSP ଡାଟା ପଲିସି ସହ ଆସୁଛି ଏବଂ ୟୁଜର୍ସ ଏହି ଆପ୍‌ ଜରିଆରେ କେତେକ ସମସ୍ୟା ଯେପରି ବ୍ୟାକଗ୍ରାଉଣ୍ଡ ନଏଜ୍‌, ଅଡିଓ ଡିଲେ ବିଷୟରେ ମଧ୍ୟ ରିପୋର୍ଟ କରିପାରିବେ। ଏଠାରେ ଆମେ ଆପଣଙ୍କୁ ଏହି ଆପ୍‌ ଜରିଆରେ କଲ୍‌ ଡ୍ରପ୍‌ ସମସ୍ୟାକୁ ରିପୋର୍ଟ କରିବା ପାଇଁ ଗୋଟେ ଗୋଟେ ତରିକା ଜଣାଉଛୁ।

ଏହାସହ ପଢ଼ନ୍ତୁ: ସୁରକ୍ଷିତ ପେମେଣ୍ଟ ପାଇଁ Google Pay ଜାରି କଲା ଏହି ଖାସ୍‌ ଫିଚର

call 2

-ପ୍ରଥମେ ଇଣ୍ଟରନେଟ୍‌ କନେକ୍ଟିଭିଟିକୁ ଚେକ୍‌ କରନ୍ତୁ ଏବଂ ମାଇଁ କଲ୍‌ ଆପ୍‌ର ଲାଟେଷ୍ଟ ଭର୍ସନକୁ ଡାଉନଲୋଡ୍‌ କରନ୍ତୁ।
-ଆଣ୍ଡ୍ରଏଡ୍‌ ୟୁଜର୍ସ ଗୁଗଲ ପ୍ଲେ ଷ୍ଟୋର୍‌ ଯାଇ ଟ୍ରାଇ ମାଇଁ କଲ୍‌ ଆପକୁ ସର୍ଚ୍ଚ କରି ଏହାକୁ ଡାଉନଲୋଡ୍‌ କରିପାରିବେ।
-iPhone ୟୁଜର୍ସ ଆପଲ୍‌ ପ୍ଲେ ଷ୍ଟୋର ଯାଇ ଆପ୍‌ ଡାଉନଲୋଡ୍‌ କରିପାରିବେ।
-ଥରେ ଡାଉନଲୋଡ୍‌ ହୋଇଯିବା ପରେ ଆପକୁ ଓପନ୍‌ କରନ୍ତୁ ଏବଂ ସମସ୍ତ ଜରୁରୀ ପରମିଶନ ଆପକୁ ଦିଅନ୍ତୁ। ଏଥିରେ କନଟାକ୍ଟସ୍‌, କଲ୍‌ ହିଷ୍ଟ୍ରି, ମେସେଜ୍‌ ଏବଂ ଲୋକେଶନ ଆଦି ସାମିଲ ହୋଇଥାଏ।
-ଏବେ କାହାକୁ କଲ୍‌ କରନ୍ତୁ କିମ୍ବା କାହାର କଲକୁ ଅପେକ୍ଷା କରନ୍ତୁ।
-ଯେମିତି କଲ୍‌ ଡିସକନେକ୍ଟ ହେବ, ସଙ୍ଗେ ସଙ୍ଗେ ଏକ ପପ୍‌ ଅପ୍‌ ଓ୍ଵିଣ୍ଡୋ ସାମ୍ନାକୁ ଆସିବ, ଯେଉଁଠି କଲକୁ ରେଟିଙ୍ଗ୍‌ କରିବାକୁ ପଚରା ଯାଇଥିବ।
-ଏଠାରେ ଆପଣଙ୍କ ଅନୁଭବ ଅନୁସାରେ, ରେଟିଙ୍ଗ୍‌ ଦିଅନ୍ତୁ ଏବଂ ଯେଉଁ ପରିବେଶରେ ଆପଣ ଅଛନ୍ତି, ତାହାକୁ କ୍ଲିକ୍‌ କରନ୍ତୁ।
-ଯଦି ଆପଣଙ୍କୁ କଲ୍‌ ଡ୍ରପ୍‌ ସମସ୍ୟା ହେଉଛି, ତା’ହେଲେ ‘କଲ୍‌ ଡ୍ରପ୍‌’ ବଟନକୁ ଟ୍ୟାପ୍‌ କରନ୍ତୁ।
-ଏହାପରେ ‘ସବମିଟ୍‌’ ବଟନକୁ ଟ୍ୟାପ୍‌ କରନ୍ତୁ।

Leave A Reply

Your email address will not be published.