ନବରଙ୍ଗପୁରରେ ଲଗାଣ ବର୍ଷା ଜାରି, ଭୟଭୀତ ଅବସ୍ଥାରେ ନଦୀକୂଳିଆ ଗାଁ ଲୋକେ

ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ଜାରି। ୨ଦିନ ତଳେ ପ୍ରବଳ ବର୍ଷାରେ କୋଷଗୁମୁଡ଼ା ବ୍ଲକରେ ବନ୍ୟା ଉପୁଜିଥିବା ବେଳେ ଗତକାଲି ଠାରୁ ଲଗାଣ ବର୍ଷାନେଇ ନଦୀକୂଳିଆ ଗାଁ ଲୋକେ ଭୟଭୀତ ହୋଇ ରହିଛନ୍ତି। ଏନେଇ ଚିରମା, ଭଳିଆପାଲି ପଞ୍ଚାୟତ ସହ ପିଞ୍ଜିଲି ପଞ୍ଚାୟତର ୯ଟି ଗାଁ, ଘାଟବାସୁଲି, ଖଣ୍ଡିବାଦଗରି, ଜଗନିଗୁଡ଼ା ଆଦି ନଦୀକୂଳିଆ ଗାଁରେ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। କୌଣସି ପରିସ୍ଥିତିର ମୁକାବିଲା ପାଇଁ କୋରାପୁଟରୁ ୨୧ଜଣିଆ ଓଡ୍ରାଫ ଟିମ ଆସି ପ୍ରସ୍ତୁତ ରହିଛି। ଏପଟେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ଜିଲ୍ଲାପାଳ ଡ. ଅଜିତ ମିଶ୍ର କହିଛନ୍ତି।