ଚଳିତ ବର୍ଷ ଜୁଲାଇ ତାପମାତ୍ର ଭାଙ୍ଗିଲା ରେକର୍ଡ, ଏମିତି ଉତ୍ତପ୍ତ କେବେ ହୋଇନଥିଲା

ଇତିହାସ ରଚିଲା ୨୦୧୯ର ଜୁଲାଇ ମାସ। ଆଜି ପର୍ଯ୍ୟନ୍ତ ଯେତେ ଜୁଲାଇ ମାସ ଆସିଛି, ସେ ଭିତରୁ ୨୦୧୯ର ଜୁଲାଇ ସବୁଠାରୁ ଉତ୍ତପ୍ତ। ଜୁଲାଇ ୨୯ ପର୍ଯ୍ୟନ୍ତ ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ଏହା ୨୦୧୬ର ଜୁଲାଇ ମାସ ସହ ସମାନ କିମ୍ବା ତାଠାରୁ ଅଧିକ ହୋଇଛି। ପୂର୍ବରୁ ଜୁଲାଇ ୨୦୧୬ର ଜୁଲାଇ ସବୁଠାରୁ ଉତ୍ତପ୍ତ ଜୁଲାଇ ମାସ ଥିଲା। ଏବେ ସେହି ରେକର୍ଡ ଭାଙ୍ଗିଥିବା ସୂଚନା ଦେଇଛି ବିଶ୍ୱ ପାଣିପାଗ ସଂସ୍ଥା। ସ୍ୱାଭାବିକ ତାପମାତ୍ରାଠାରୁ ଏଥର ଜୁଲାଇ ମାସ ୧.୨ ସେଣ୍ଟିଗ୍ରେଡ୍‌ ଅଧିକ ରହିଛି। ଜାତିସଂଘ ମହାସଚିବ କହିଛନ୍ତି, ୨୦୧୫ରୁ ୨୦୦୯ ଏହି ୫ ବର୍ଷ ସବୁଠାରୁ ଅଧିକ ଉତ୍ତପ୍ତ ବର୍ଷ ହେବାକୁ ଯାଉଛି। ଦିଲ୍ଲୀରୁ ଆଙ୍କୋରେଜ୍‌, ପ୍ୟାରିସରୁ ସାଣ୍ଟିଆଗୋ, ଆଡିଲେଡ୍‌ରୁ ଆର୍କଟିକ୍‌ ସାର୍କଲ, ସବୁଠି ତାପମାତ୍ର ରେକର୍ଡ ଭାଙ୍ଗିଛି। ବେଲଜିୟମ, ଜର୍ମାନୀ, ଲକ୍‌ଜମବର୍ଗ, ନେଦଲ୍ୟାଣ୍ଡ ଏବଂ ୟୁନାଇଟେଡ୍‌ କିଙ୍ଗଡମ୍‌ରେ ଚଳିତ ବର୍ଷ ତାପମାତ୍ର ସର୍ବକାଳୀନ ରେକର୍ଡ ଭାଙ୍ଗିଛି।..