ରସଗୋଲାକୁ ନେଇ ପୁଣି ବିବାଦ, ବାଂଲା ରସଗୋଲାର ଜିଆଇ ଟ୍ୟାଗ୍‌ ରଦ୍ଦ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍‌

ରସଗୋଲାକୁ ନେଇ ପୁଣି ବିବାଦ । ବାଂଲା ରସଗୋଲାକୁ ଜିଆଇ ଟ୍ୟାଗ୍‌ ରଦ୍ଦ କରିବାକୁ ହୋଇଥିବା ଆବେଦନ ଉପରେ ପଶ୍ଚିମବଙ୍ଗରେ ଶୁଣାଣି ହେବ । ଏନେଇ ପଶ୍ଚିମବଙ୍ଗ ସରକାରଙ୍କ ୨ଟି ବିଭାଗକୁ ଜିଆଇ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ସେପ୍ଟେମ୍ବର ୬ ତାରିଖରେ ଏହି ମାମଲାର ଶୁଣାଣି ହେବ । ବାଂଲା ରସଗୋଲାକୁ ଜିଆଇ ଟ୍ୟାଗ୍‌ ବିରୋଧରେ ଓଡ଼ିଶାର ରମେଶ ସାହୁ ନାମକ ବ୍ୟକ୍ତି ଆବେଦନ କରିଥିଲେ । ଗତ ଶନିବାର ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିଲା