Below header

ଓଡ଼ିଶା ହାଇକୋର୍ଟଙ୍କ ନୂଆ ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ରଫିକ୍

ଭୁବନେଶ୍ବର: ଆଜିି ଓଡ଼ିଶା ହାଇକୋର୍ଟଙ୍କ ନୂଆ ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ରଫିକ୍‌ । ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଲୋକସେବା ଭବନରେ ସ୍ୱତନ୍ତ୍ର ଉତ୍ସବରେ ସେ ଶପଥ ନେଇଛନ୍ତି । ଉତ୍ସବରେ ମୁଖ୍ୟ ସଚିବ, ବିରୋଧର ଦଳ ନେତା ଉପସ୍ଥିତ ଥିଲେ । ମେଘାଳୟ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ଜଷ୍ଟିସ ରଫିକ୍‌ଙ୍କ ବଦଳି ହୋଇଛି । ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏସ୍‌. ଝାଭେରୀଙ୍କ ଅବସର ପରେ ଜଷ୍ଟିସ ସଞ୍ଜୁ ପଣ୍ଡା ଜାନୁଆରୀ ୫ ତାରିଖରୁ ଓଡ଼ିଶା ହାଇକୋର୍ଟଙ୍କ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

CS

ଜଷ୍ଟିସ ରଫିକ୍‌ ୧୯୮୪ ମସିହାରେ ରାଜସ୍ଥାନ ବାରରେ ଓକିଲ ଭାବରେ ଅଭ୍ୟାସ ଆରମ୍ଭ କରିଥିଲେ । ୨୦୦୬ ମସିହା ମେ’ ୧୫ ତାରିଖରେ ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଭାବରେ ତାଙ୍କୁ ମିଳିଥିଲା ନିଯୁକ୍ତି । ଏହାସହ ରାଜସ୍ଥାନ ହାଇକୋର୍ଟରେ ଦୁଇ ଦୁଇ ଥର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ୱ ତୁଲାଇଥିଲେ । ୨୦୧୯ ନଭେମ୍ବର ୧୩ ତାରିଖରେ ମେଘାଳୟ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.