ଲକଡାଉନ ହଟିବା ମାତ୍ରେ ଚୀନରେ ବାହାହେବା ପାଇଁ ଚାଲିଛି ରେସ, ବିବାହ ପଞ୍ଜିକରଣରେ ୩୦୦ ପ୍ରତିଶତ ବୃଦ୍ଧି

ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା ବିରୋଧରେ ଲଢେଇ କରୁଥିବା ବେଳେ ଚାଇନାର ୱୁହାନ ସହର ଖୋଲାଯାଇଛି । ନିକଟରେ ୧୮ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ କେବଳ ଆମେରିକାରେ କରୋନା ମାମଲା ୧,୦୦,୦୦୦ ଅତିକ୍ରମ କରିଛି । ତେବେ ଏହି ସମୟରେ ଚାଇନାର ୱୁହାନବାସୀ ନିଜର ଦୈନନ୍ଦିନ ଜୀବନକୁ ଫେରୁଛନ୍ତି ।

ଚାଇନାର ୱୁହାନ ସହର ଦୀର୍ଘ ୭୬ ଦିନ ପରେ ଖୋଲାଯିବା ପରେ ବର୍ତ୍ତମାନ ବିମାନ, ଟ୍ରେନ୍ ଏବଂ ବସ୍ ମଧ୍ୟ ଏଠାରେ ଚାଲିବାକୁ ଆରମ୍ଭ କରିଛି । ଲକଡାଉନ ହଟାଯିବା ମାତ୍ରେ ଏଠାରେ ଲୋକଙ୍କ ମଧ୍ୟରେ ବିବାହ ପାଇଁ ଏକପ୍ରକାର ରେସ ଆରମ୍ଭ ହୋଇଯାଇଛି । ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ଚାଇନାର ୱୁହାନରେ ବିବାହ ପଞ୍ଜିକରଣ ପାଇଁ ୩୦୦ ପ୍ରତିଶତରୁ ଅଧିକ ଆବେଦନ ଗ୍ରହଣ କରାଯାଇଛି । ଚାଇନାରେ ସର୍ବାଧିକ ବ୍ୟବହୃତ ପେମେଣ୍ଟ ପ୍ଲାଟଫର୍ମ ଅନୁଯାୟୀ, ଅନେକ ଉପଭୋକ୍ତା ଏହି ଆପକୁ ଏକାଠି ବ୍ୟବହାର କରିବା ଦ୍ୱାରା ଏହି ଆପ କ୍ରାସ୍ ମଧ୍ୟ ହୋଇଯାଇଛି ।

ଚୀନ୍‌ର ଟେକ୍ କମ୍ପାନୀ ଆବାକସ୍ ରିପୋର୍ଟ ଅନୁଯାୟୀ ଫେବୃଆରୀ ଏବଂ ମାର୍ଚ୍ଚରେ ବିବାହ ପଞ୍ଜିକରଣ ବନ୍ଦ ହୋଇଯାଇଥିଲା । କିନ୍ତୁ ପରିସ୍ଥିତି ସ୍ୱାଭାବିକ ହେବା ପରେ ପୁଣି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ତେବେ ବିବାହ କରିବାକୁ ଲୋକମାନଙ୍କୁ ପ୍ରଥମେ ସେମାନଙ୍କର ସ୍ୱାସ୍ଥ୍ୟ ରିପୋର୍ଟ ଦେଖାଇବାକୁ ପଡିବ ଯାହା ପରେ ସେମାନେ ପଞ୍ଜୀକୃତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.