ବାଲେଶ୍ୱରର ନୂଆ ୫ କରୋନା ପଜିଟିଭଙ୍କ ଆସିଲା ତଥ୍ୟ, ସମସ୍ତଙ୍କ ବୟସ ୨୨ରୁ ୫୫ ବର୍ଷ ଭିତରେ

ଭୁବନେଶ୍ବର: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମସ୍ତ ୫ ପଜିଟିଭ୍‌ ବାଲେଶ୍ୱର ଜିଲ୍ଲାର । ଏହାକୁ ମିଶାଇ ବାଲେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ତେବେ ୫ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ମହିଳା ରହିଥିବା ବେଳେ ଜଣେ ପୁରୁଷ ଅଛନ୍ତି । ସମସ୍ତଙ୍କ ବୟସ ୨୨ରୁ ୫୫ ବର୍ଷ ଭିତରେ । ସମସ୍ତେ କଣ୍ଟେନମେଣ୍ଟ ଜୋନ୍‌ର ଓ ସମସ୍ତେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ପ୍ରାୟ ୨ହଜାର ସ୍ୱାବ କଲେକସନ୍‌ ହୋଇଥିବାବେଳେ ୧୩ଜଣ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ୭୨ଜଣ ଚିକିତ୍ସାଧୀନ ଥିବା ବେଳେ ୩୫ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ହାଜର ୨୮୭ ସାମ୍ପଲ ଟେଷ୍ଟ କରଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.