Below header

ଆସନ୍ତାକାଲି ଫୁଲବାଣୀର ବିଜୁ ସ୍ମୃତି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେବ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’

ଫୁଲବାଣୀ (କେନ୍ୟୁଜ୍) : ସାହିତ୍ୟ କେବଳ ସହରିଆ ଲୋକଙ୍କ ପାଇଁ ନୁହେଁ । ଏକଥାକୁ ପ୍ରମାଣିତ କରି ଭିନ୍ନ ଏକ ପ୍ରୟାସ ଚଳାଇଛି କାଦମ୍ବିନୀ ପରିବାର । କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଆୟୋଜିତ ହେଉଛି କାଦମ୍ବିନୀ ସାହିତ୍ୟ ମହୋତ୍ସବ । ଆସନ୍ତା କାଲି ସକାଳ ୯.୩୦ ମିନିଟ୍‌ରେ ଏହି ଉତ୍ସବର ଉଦ୍‌ଘାଟନ ହେବ । ଅପରାହ୍ନ ୨.୩୦ରେ କବି ଓ କବିତା ଏବଂ ୪.୩୦ରେ କୁନାକିନି ମେଳା ଅନୁଷ୍ଠିତ ହେବ । ତେବେ ଖରାପ ପାଗ ଓ ବର୍ଷା କାରଣରୁ କାର୍ଯ୍ୟକ୍ରମକୁ କରୋନେସନ୍‌ ପଡ଼ିଆରୁ ସ୍ଥାନୀୟ ବିଜୁ ସ୍ମୃତି କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର କରାଯାଇଛି ।

ITI SAMANTA-2

ଏ ସମ୍ପର୍କରେ କାଦମ୍ବିନୀର ସମ୍ପାଦକ ଡ. ଇତି ସାମନ୍ତ ସୂଚନା ଦେବା ସହ କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାର ସମସ୍ତ ଜନସାଧାରଣ, ସାମ୍ବାଦିକ ବନ୍ଧୁ, ବୁଦ୍ଧିଜୀବୀ ଏବଂ ସାହିତ୍ୟପ୍ରେମୀଙ୍କୁ ଏହି ସାହିତ୍ୟ ମହୋତ୍ସବରେ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି।

ଏହି ସାହିତ୍ୟ ମହୋତ୍ସବରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , ଜଳ ସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲାପାଳ ଡ. ବୃନ୍ଦା ଡି, ସାହିତ୍ୟିକା ଡ. ପ୍ରବୀଣା ମହାନ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟବକ୍ତା ଭାବେ ଯୋଗ ଦେବେ ଶ୍ରୀମତୀ ଜୟନ୍ତୀ ରଥ । କାର୍ଯ୍ୟକ୍ରମରେ ଅଧ୍ୟାପକ ବିଶ୍ୱରଞ୍ଜନ ସଭାପତିତ୍ୱ କରିବେ । କବି ଓ କବିତା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବେ ସାହିତ୍ୟିକା ଡ. ସୁଷମା ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.