ବାହାଘର ପୂର୍ବରୁ ଭୋଟ୍‌ ଦେବା ପାଇଁ ବରଯାତ୍ରୀଙ୍କ ସହିତ ମତଦାନ କେନ୍ଦ୍ର ପହଞ୍ଚିଲେ ବର, କହିଲେ ‘ଭୋଟ୍‌ ଦେବା ଆମର କର୍ତ୍ତବ୍ୟ’

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ପାଇଁ ମତଦାନ ଚାଲିଛି । ଏହି ଅବସରରେ ଜଣେ ବର ବାହାଘର ପୂର୍ବରୁ ଭୋଟ୍‌ ଦେଇଛନ୍ତି। ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ସେ ବର ବେଶରେ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍‌ ଦେଇଥିଲେ । ବର ସହିତ ବରଯାତ୍ରୀ ଓ ପରିବାର ଲୋକ ମଧ୍ୟ ଭୋଟ୍‌ ଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍‌ ଦେଇଛନ୍ତି । ବର ଓ ବରଯାତ୍ରୀ ଲମ୍ବା ଲାଇନ୍‌ରେ ଛିଡା ହୋଇ ଭୋଟ୍‌ ଦେଉଥିବା ଦେଖିବାକୁ ମିଳିଛି । ଭୋଟ୍‌ ଦେବା ପରେ ବର କହିଛନ୍ତି, ଭୋଟ୍‌ ଦେବା ଆମର କର୍ତ୍ତବ୍ୟ ।

vote

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.